“ପ୍ରଶଂସା ଓ ନିନ୍ଦାରୁ ଉର୍ଦ୍ଧ୍ୱରେ ନବୀନ”
ଓଏଲ୍ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ହେଭିଓ୍ବେଟ୍ ନେତା। ଆଉ ଦିନକ ପରେ ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ତେବେ ଏହି ୬ ଲୋକସଭା ଆସନ ପାଇଁ ଆଜି ପ୍ରଚାରର ଶେଷ ଦିନ। ତେବେ ଏଥିପାଇଁ ଦମଦାର ଉଦ୍ୟମ କରୁଛନ୍ତି ଦଳୀୟ ପ୍ରାର୍ଥୀ।
ଏହି କ୍ରମରେ ନିମାପଡା ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭି.କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ ପାଇଁ ସଂସ୍କାର ପାଠ ପଢାଇଲେ ପାଣ୍ଡିଆନ। ଅତିଥି ହୋଇ ଆସିଛନ୍ତି, ଏଭଳି ଆଚରଣ ଠିକ ନୁହେଁ। ମହାପ୍ରଭୁ ହିମନ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ। ଓଡ଼ିଶାବାସୀଙ୍କ ହୃଦୟରେ ରୁହନ୍ତି ନବୀନ। ଅଣ୍ଡାମାଡ ପାଇଁ ବିଜେପି ହାରିଥିଲା ୩୦ ଜିଲ୍ଲା ପରିଷଦ। ଭୋଟର ନେବେ ଅପମାନର ପ୍ରତିଶୋଧ। ପ୍ରଶଂସା ଓ ନିନ୍ଦାରୁ ଉର୍ଦ୍ଧ୍ୱରେ ନବୀନ।
୨୦୧୯ ନିର୍ବାଚନରେ ବି ଅନେକ ନେତା ଆସିଥିଲେ, ୨୪ରେ ଆସୁଛନ୍ତି। କିନ୍ତୁ କିଛି ପ୍ରଭାଵ ପଡ଼ିବ ନାହି। ସେମାନଙ୍କର ଓଡ଼ିଶା ସହ କିଛି ଲେଣଦେଣ ନାହିଁ। ନିର୍ବାଚନ ଚାଲିଛି ବୋଲି ଆସୁଛନ୍ତି। ସରିଗଲେ ଆଉ ଆସିବେ ନାହିଁ। ଓଡଶାବାସୀ ଜାଣିଛନ୍ତି ନବୀନ ବାବୁ ତାଙ୍କ ପଛରେ ଛିଡା ହୋଇଛନ୍ତି। ସେମାନେ ଆସୁଛନ୍ତି ନିଜର କର୍ମୀ ମାଙ୍କୁ ଉତ୍ସାହିତ କରିବ ପାଇଁ। ସେମାନଙ୍କର ଯେଉଁ ନେତ୍ରୁ ମଣ୍ଡଳୀ ଅଛନ୍ତି ସେମାନେ ନିଜ ଅଞ୍ଚଳରୁ ବାହାରି ପାରୁ ନାହାନ୍ତି। ତେଣୁ କିଏ ନା କିଏ ପ୍ରଚାର କରିବାକୁ ପଡ଼ିବ ନ ହେଲେ କର୍ମୀ ମାନେ କେମିତି ଉତ୍ସାହିତ ହେବେ।