ରାତି ପାହିଲେ ନିର୍ବାଚନ, ସମ୍ବଲପୁରରେ ଜାରି ହେଲା ୧୪୪ ଧାରା
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍। ୬ ଲୋକସଭା ଆସନ ମଧ୍ୟରେ ଚର୍ଚ୍ଚାରେ ସବୁଠୁ ଅଧିକ ରହିଛି ସମ୍ବଲପୁର ଲୋକସଭା ଆସନ। ଚଳିତଥର ସମ୍ବଲପୁର ବାସୀ କାହାକୁ ନେତା ବାଛିବେ ତାକୁ ନେଇ ଏବେ ଚର୍ଚ୍ଚା ବଢିଛି। ମୈଦାନରେ ତିନି ଦଳର ପ୍ରାର୍ଥୀ ରହିଛନ୍ତି, ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୈଦାନରେ ଥିବା ବେଳେ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ରହିଛନ୍ତି। ତେବେ ନିର୍ବାଚନକୁ ନଜରରେ ରଖି ସମ୍ବଲପୁରରେ ୧୪୪ ଧାରା ଜାରି କରାଯାଇଛି। ଏହି ଧାରା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି।