ବିଜେପି ମିଛର ସୀମା ନାହିଁ: ନବୀନ

ଓଏଲ୍ ବ୍ୟୁରୋ: ରାତି ପାହିଲେ ଓଡ଼ିଶାରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଯାହା ଉପରେ ସମସ୍ତଙ୍କ ନଜର। କାରଣ ଓଡ଼ିଶା ରାଜନୀତିର ହଟସ୍ପଟ୍ ଆସନ ଗୁଡ଼ିକରେ ଶନିବାର ହେବ ମତଦାନ। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସରକାର ଗଠନ କରିବାକୁ ଦାବି କରୁଥିବା ବେଳେ ତୃତୀୟ ପର୍ଯ୍ୟାୟ ମତଦାନ ନିର୍ଣ୍ଣାୟକ ସାବ୍ୟସ୍ତ ହେବ।
ବିଜେଡି ୬ଷ୍ଠ ଥର ପାଇଁ ଗାଦିରେ ବସିବ ନା କଂଗ୍ରେସ ଦୁଇ ଦଶନ୍ଧି ପରେ ସରକାରକୁ ଆସିବ ନା ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ ତାହା ନିର୍ଣ୍ଣୟ କରିବ ତୃତୀୟ ପର୍ଯ୍ୟାୟ ମତଦାନ। ଏସବୁ ଭିତରେ ରାଜନୈତିକ ବୟାନବାଜି ଜାରି ରହିଛି। ବିଜେପିକୁ ଟାର୍ଗେଟ କରି ବିଜେଡି ସୁପ୍ରିମୋ କହିଛନ୍ତି, ମିଛ କହିବାର ଗୋଟିଏ ସୀମା ଥାଏ, ବିଜେପି ମିଛ କହିବାର ସବୁ ସୀମା ଟପିଗଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆପଣ ଦେଖିପାରୁଛନ୍ତି ମୋର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ମୁଁ ମାସ ମାସ ଧରି ସାରା ରାଜ୍ୟରେ ପ୍ରଚାର କରୁଛି।