Odisha Link
Bridging the Missing Links in Odisha

ନିର୍ବାଚନ ପାଇଁ ମୁତୟନ ହୋଇଛନ୍ତି ୩୫ ହଜାର ପୁଲିସ: ଡିଜିପି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ନକ୍ସଲ ପ୍ରଭାବିତ ଅଞ୍ଚଳରେ ଭୋଟ୍‌ ନେଇ ଡିଜିପି ଅରୁଣ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନକ୍ସଲ ପ୍ରଭାବିତ ୧୧ ଜିଲ୍ଲାରେ କୌଣସି ପ୍ରକାର ହିଂସା ଘଟିନାହିଁ। ଶେଷଥର ପାଇଁ ୧୯୯୮ରେ ନିର୍ବାଚନ ସମୟରେ ନକ୍ସଲ ହମଲା ହୋଇଥିଲା।

ପ୍ରଥମଥର ପାଇଁ ଶୃଙ୍ଖଳାରେ ନିର୍ବାଚନ ଓଡ଼ିଶା ପୁଲିସ ପାଇଁ ଗୌରବ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଲିସ ବ୍ୟବସ୍ଥା ନେଇ ଡିଜିପି ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରେ ୧୦, ୫୫୧ ବୁଥ୍‌ ରହିଛି। ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍‌ ରହିଛି। ନିର୍ବାଚନ ହେଉଥିବା ୧୨ ଜିଲ୍ଲାରେ ୩୫ ହଜାର ପୁଲିସ ମୁତୟନ କରାଯାଇଛି।

୧୨୧ କଂପାନୀ ସିଏପିଏଫ୍‌, ୧୨୧ କଂପାନୀ ଓଏସ୍‌ଏପି ରହିବେ। ପ୍ରତି ବିଧାନସଭା କ୍ଷେତ୍ର ଦାୟିତ୍ବରେ ଜଣେ ଅତିରିକ୍ତ ଏସ୍‌ପି ରହିବେ। ମୋଟ ୪୩ ଏଏସ୍‌ପି, ୯୫ ଡିଏସ୍‌ପି, ୨୩୮ ଇନ୍ସପେକ୍ଟର ଦାୟିତ୍ବରେ ରହିବେ। ୨୧୬୦ ଏସ୍‌ଆଇ ଓ ଏଏସ୍‌ଆଇ, ୧୦, ୨୧୨ କନେଷ୍ଟବଳ, ୭ ହଜାର ହୋମଗାର୍ଡ ରହିବେ। ଛତିଶଗଡ଼ରୁ ୩ଶହ କନଷ୍ଟେବଲ, ୭ଶହ ହୋମଗାର୍ଡ ମଧ୍ୟ ଆସିଛନ୍ତି। ଅନ୍ୟ ସ୍ଥାନରେ ନିର୍ବାଚନ ସରିବା ପରେ ୨୦ କଂପାନୀ ସିଏପିଏଫ୍‌ ମଧ୍ୟ ଆସିଛନ୍ତି।

Leave A Reply

Your email address will not be published.