Odisha Link
Bridging the Missing Links in Odisha

ଜୁନ୍ ୧ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ, ଆଜି ୩ଟି ଜିଲ୍ଲାରେ ପ୍ରଚାର କରିବେ ନବୀନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ତେବେ ଏହି ୬ ଲୋକସଭା ଆସନ ପାଇଁ ଗତକାଲି ପ୍ରଚାରର ଶେଷ ଦିନ ଥିଲା। ସେହିପରି ଜୁନ ୧ରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଆଜି ତିନି ଲୋକସଭା କ୍ଷେତ୍ରରେ ହେବ ନବୀନ ଶୋ। ମୟୂରଭଞ୍ଜ, ବାଲେଶ୍ବର ଓ ଯାଜପୁର ଲୋକସଭା କ୍ଷେତ୍ରର ୪ଟି ନିର୍ବାଚନମଣ୍ଡଳିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିବେ।

ସକାଳ ସାଢେ ୧୧ଟାରେ ମୟୂରଭଞ୍ଜ ଲୋକସଭା କ୍ଷେତ୍ରର ରାଇରଙ୍ଗପୁରରେ ବିଶାଳ ଜନସଭାକୁ ନବୀନ ଉଦବୋଧନ ଦେବେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବାରିପଦା ନିର୍ବାଚନମଣ୍ଡଳିରେ କ୍ଯାମ୍ପେନ କରିବେ। ଏହାପରେ ବାଲେଶ୍ବର ଓ ଶେଷରେ ଯାଜପୁର ଲୋକସଭା କ୍ଷେତ୍ରର କୋରେଇ ନିର୍ବାଚନମଣ୍ଡଳିରେ ଭୋଟ ଭିକ୍ଷା କରିବେ। ନବୀନଙ୍କ ଗସ୍ତକୁ ନେଇ ସବୁଠି କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି।

Leave A Reply

Your email address will not be published.