Odisha Link
Bridging the Missing Links in Odisha

୨ୟ କ୍ବାଲିଫାୟର: ଫାଇନାଲ ଟିକେଟ୍‌ ପାଇଁ ବଡ଼ ମୁକାବିଲା, ରାଜସ୍ଥାନ-ହାଇଦ୍ରାବାଦ ମଧ୍ୟରୁ କିଏ ମାରିବ ବାଜି

ଓଏଲ୍‌ ବ୍ୟୁରୋ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଆଇପିଏଲ୍‌ ଟ୍ରଫି ସ୍ବପ୍ନକୁ ଧୂଳିସାତ କରି କ୍ବାଲିଫାୟର ମୁକାବିଲାରେ ଏଣ୍ଟ୍ରି କରିଛି ରାଜସ୍ଥାନ ରୟାଲ୍ସ। ଏଲିମିନେଟର ମୁକାବିଲାରେ ଆରସିବିକୁ ହରାଇ ଟ୍ରଫି ଆଶା ଉଜ୍ଜିବିତ ରଖିଛି ରାଜସ୍ଥାନ। ଆଜି ୨ୟ କ୍ବାଲିଫାୟର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ସାମ୍ନା କରିବ ରାଜସ୍ଥାନ ରୟାଲ୍ସ। କ୍ବାଲିଫାୟର-୧ ମୁକାବିଲା ହାରିଥିବା ସନରାଇଜର୍ସ ହାଇଦ୍ରାବାଦ ବିଜୟ ଆଶା ନେଇ ପଡ଼ିଆକୁ ଓହ୍ଲାଇବ। ସେହିପରି ଆରସିବିକୁ ହରାଇଥିବା ରାଜସ୍ଥାନ ଟିମ୍‌ ଫର୍ମ ରହିଛି। କ୍ବାଲିଫାୟରରେ ଏହି ଦୁଇ ଦଳ ମୁହାଁମୁହିଁ ହେବା ପରେ ବିଜେତା ଦଳ ରବିବାରର ବହୁ ପ୍ରତୀକ୍ଷିତ ମେଗା ଫାଇନାଲ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ। କୋଲକାତା ପୂର୍ବରୁ ପ୍ରଥମ କ୍ବାଲିଫାୟର୍‌ରେ ହାଇଦ୍ରାବାଦକୁ ହରାଇ ଫାଇନାଲ୍‌ ଲଢ଼େଇ ପାଇଁ ଅପେକ୍ଷା କରି ରହିଛି। ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରୁ ଯିଏ ଜିତିବ, ସିଏ ଟ୍ରଫି ଟକ୍କରରେ କୋଲକାତାକୁ ସାମ୍ନା କରିବ।

ପ୍ରଥମ କ୍ବାଲିଫାୟର ମୁକାବିଲାରେ ପାୱାର ହିଟିଂ ପାଇଁ ପରିଚିତ ହାଇଦ୍ରାବାଦ ଅପ୍ରତ୍ୟାଶିତ ଭାବେ କୋଲକାତା ବିପକ୍ଷ ପ୍ରଥମ କ୍ବାଲିଫାୟର୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯେଉଥିପାଇଁ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଆଜି ହାଇଦ୍ରାବାଦ ଟିମ୍‌କୁ ଆଉ ଏକ ସୁଯୋଗ ରହିଛି। ଯଦି ରାଜସ୍ଥାନ ବିପକ୍ଷରେ ବିଜୟ ହାସଲ କରେ ତେବେ ଫାଇନାଲରେ ଏଣ୍ଟ୍ରି କରିବ। ସେହିପରି ରାଜସ୍ଥାନ ମଧ୍ୟ ହାଇଦ୍ରାବାଦକୁ ହରାଇ ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଆଜିର ହାଇଭୋଲଟେଜ ମ୍ୟାଚ୍‌ ଚେନ୍ନାରେ ଖେଳାଯିବ।

ସମ୍ଭାବ୍ୟ ସନ୍‌ରାଇଜର୍ସ ହାଇଦ୍ରାବଦ ଦଳ: ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଐଦେନ ମାରକ୍ରମ/ଗ୍ଲେନ୍ ଫିଲିପ୍ସ/ଭି. ବିଜୟକାନ୍ତ, ନୀତୀଶ କୁମାର ରେଡ୍ଡୀ, ହେନରିକ୍ କ୍ଲାସେଁ, ଅବଦୁଲ ସମଦ, ଶାହବାଜ ଅହମଦ, ପ୍ୟାଟ୍ କମିନ୍ସ (ଅଧିନାୟକ), ଭୁବନେଶ୍ବର କୁମାର, ମୟଙ୍କ ମାର୍କଣ୍ଡ, ଟି ନଟରାଜନ।

ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ ଦଳ: ଯଶସ୍ବୀ ଜୟସ୍ବାଲ, ଟମ୍ ‌କୋହଲର-କ୍ୟାଡମୋର, ସଂଜୁ ସାମସନ୍ (ଅଧିନାୟକ), ରିୟାନ ପରାଗ, ଧ୍ରୁବ ଜୁରେଲ, ସିମରନ୍ ହେଟ୍‌ମାୟର, ରୋଭମନ ପାୱେଲ/କେଶବ ମହାରାଜ, ଆର ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ଆୱେସ ଖାନ୍, ସନ୍ଦୀପ ଶର୍ମା, ୟୁଝବେନ୍ଦ୍ର ଚହଲ।

Leave A Reply

Your email address will not be published.