Odisha Link
Bridging the Missing Links in Odisha

ତୃତୀୟ ପର୍ଯ୍ୟାୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ବିଜେଡି: ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ତେବେ ଏହି ୬ ଲୋକସଭା ଆସନ ପାଇଁ ଗତକାଲି ପ୍ରଚାରର ଶେଷ ଦିନ ଥିଲା। ତେବେ ଆସନ୍ତାକାଲି ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ବରିଷ୍ଠ ବିଜେଡି ନେତା ତଥା ଭି.କେ ପାଣ୍ଡିଆନ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, ତୃତୀୟ ପର୍ଯ୍ୟାୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ବିଜୁ ଜନତା ଦଳ। ୩୦ ଆସନ ଜିତିବା ନେଇ ବିଜେପି ଆକଳନ କରିଛି। କିନ୍ତୁ ସେମାନେ ୩୦ରୁ କମ୍ ଆସନ ପାଇବେ। ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ନବୀନଙ୍କ ବଡ଼ ବିଜୟ ହେବ। ମହାପ୍ରଭୁ ଓ ଲୋକଙ୍କ ଆଶୀର୍ବାଦରୁ ବଡ଼ ସଫଳତା ମିଳିବ। ଓଡ଼ିଶା ରୂପାନ୍ତରଣ ବଡ଼ ପରିବର୍ତ୍ତନ ଆସିଛି। ସ୍କୁଲ, କଲେଜଠୁ ଆରମ୍ଭ କରି ସବୁ କ୍ଷେତ୍ରରେ ରୂପାନ୍ତରଣ ହୋଇଛି। ସାରା ଓଡ଼ିଶାରେ ନବୀନ ହାୱା ବହୁଛି। ୨୦୧୯ ଅପେକ୍ଷା ଏଥର ଲୋକସଭାରେ ଭଲ କରିବ ବୋଲି ଭି.କେ ପାଣ୍ଡିଆନ କହିଛନ୍ତି।

Leave A Reply

Your email address will not be published.