Odisha Link
Bridging the Missing Links in Odisha

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି। ପୁରୀ, ଭୁବନେଶ୍ବର, କଟକ, ଢେଙ୍କାନାଳ, ସମ୍ବଲପୁର ଏବଂ କେନ୍ଦୁଝର ଲୋକସଭା ଆସନ ମତଦାନ ସାବ୍ୟସ୍ତ କରିବେ ୯୪.୪୮ ଲକ୍ଷ ଭୋଟର। ସେମାନଙ୍କ ମଧ୍ୟରେ ପୁରୁଷ ୪୮.୩୦ଲକ୍ଷ, ମହିଳା ଭୋଟର ୪୬.୧୮ଲକ୍ଷ ଭୋଟର ରହିଛନ୍ତି। ମୋଟ୍ ୧୦,୫୫୧ଟି ବୁଥ୍‌ରେ ମତଦାନ ହେଉଛି।

Leave A Reply

Your email address will not be published.