ଗଣତନ୍ତ୍ରର ମହାପର୍ବ: ଭୋଟ୍ ଦେଲେ ଗଜପତି ମହାରାଜ
ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି। ଏସବୁ ଭିତରେ ଭୋଟ ଦେଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପତ୍ନୀ ମହାରାଣୀ ଲୀଳାବତି ପାଟମହାଦେଈଙ୍କ ସହ ଆସି ଭୋଟ୍ ଦେଲେ। ଦୋଳମଣ୍ଡପସାହି ପ୍ରକଳ୍ପ ୟୁପି ସ୍କୁଲ୍ ୧୧୪ନଂ ବୁଥ୍ରେ ଭୋଟ୍ ଦେଲେ।
ଅନ୍ୟପଟେ, ଦିନ ୧୧ଟା ସୁଦ୍ଧା ୨୧.୩୨ ପ୍ରତିଶତ ମତଦାନ ହାର ରେକର୍ଡ ହୋଇଛି। ଭୁବନେଶ୍ବରରେ ୨୦.୨୭%, କଟକରେ ୨୦. ୪୭%, ଢେଙ୍କାନାଳରେ ୨୨.୪୧%, କେନ୍ଦୁଝରରେ ୨୦.୮୯ %, ପୁରୀରେ ୨୧.୫୧ %, ସମ୍ବଲପୁରରେ ୨୧.୮୯ % ମତଦାନ ହାର ରେକର୍ଡ ହୋଇଥିଲା। ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହାର ରେକର୍ଡ ହୋଇଥିଲା। ଭୁବନେଶ୍ବରରେ ୬.୬୫%, କଟକରେ ୭.୩୨%, ଢେଙ୍କାନାଳରେ ୭.୯୫%, କେନ୍ଦୁଝରରେ ୮.୭୪%, ପୁରୀରେ ୬.୮୭%, ସମ୍ବଲପୁରରେ ୭.୦୯% ମତଦାନ ହାର ରେକର୍ଡ ହୋଇଥିଲା।