Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ଝିଅଙ୍କ ପାସ୍‌ ହାର ଅଧିକ

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ। ପ୍ରଥମ ଥର ପାଇଁ ଏକା ସାଥିରେ ପ୍ରକାଶ ପାଇଛି ଉଭୟ କଳା, ବିଜ୍ଞାନ ଏବଂ ବାଣିଜ୍ୟର ପରୀକ୍ଷା ଫଳ। ଚଳିତ ବର୍ଷ କଳାରେ ପାସ୍‌ ହାର ୮୦.୯୫ ପ୍ରତିଶତ ରହିଥିବା ବେଳେ ବିଜ୍ଞାନର ପାସ୍‌ ହାର ୮୬.୯୩ % ଓ ବାଣିଜ୍ୟର ପାସ୍‌ ହାର ୮୨.୨୭% ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି।

କଳାରେ ପାସ ହାର ୮୦.୯୫ ପ୍ରତିଶତ ରହିଛି। ଝିଅଙ୍କ ପ୍ରଦର୍ଶନ ପୁଅଙ୍କ ତୁଳନାରେ ଭଲ ରହିଛି। କଳାରେ ୧ ଲକ୍ଷ ୪ ହଜାର ୪୪୭ ଜଣ ପୁଅ ପରୀକ୍ଷାର୍ଥୀ ରହିଥିବା ବେଳେ ୭୫ ହଜାର ୯୧୩ ଜଣ ପାସ୍ କରିଛନ୍ତି। ପୁଅଙ୍କ ପାସ ହାର ୭୨.୬୮ ପ୍ରତିଶତ ରହିଛି। ସେହିପରି ୧ ଲକ୍ଷ ୩୦ ହଜାର ୭୭୧ ଜଣ ଝିଅଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ୫୧୬ ଜଣ ଝିଅ ପାସ କରିଛନ୍ତି। ଝିଅଙ୍କ ପାସ ହାର ୮୭. ୫୬ ପ୍ରତିଶତ ରହିଛି। ମୋଟ୍ ପରୀକ୍ଷାର୍ଥୀ ୨ ଲକ୍ଷ ୩୫ ହଜାର ୨୧୮ ଜଣ ରହିଥିବା ବେଳେ ୧ ଲକ୍ଷ ୯୦ ହଜାର ୪୨୯ ଜଣ ପାସ କରିଛନ୍ତି।

ସେହିପରି ଯୁକ୍ତ ଦୁଇ ବିଜ୍ଞାନରେ ପାସ ହାର ୮୬.୯୩ ପ୍ରତିଶତ ରହିଛି। ୬୦,୯୭୩ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨,୫୬୭ ଉତ୍ତୀର୍ଣ୍ଣ କରିଛନ୍ତି। ପୁଅଙ୍କ ପାସ୍‌ ହାର ୮୬. ୨୧ ପ୍ରତିଶତ ରହିଛି। ୫୪,୯୨୨ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୧୯୦ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୭.୭୪ ପ୍ରତିଶତ ରହିଛି।

ବାଣିଜ୍ୟରେ ୨୫ହଜାର ୮୯୭ ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ୨୧ ହଜାର ୩୦୮ ଜଣ ପାସ କରିଛନ୍ତି। ପାସ ହାର ୮୨.୨୭ ପ୍ରତିଶତ ରହିଛି। ଚଳିତ ବର୍ଷ ୩ଲକ୍ଷ ୮୬ ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ତେବେ www.orissaresults.nic.in ରେ ପୁରା ରେଜଲ୍ଟ ଉପଲବ୍ଧ ହେବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.