ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଅପରାହ୍ନ ୪ଟାରେ ଉପଲବ୍ଧ ହେବ ଡିଜିଟାଲ ସାର୍ଟିଫିକେଟ୍
ଓଏଲ୍ ବ୍ୟୁରୋ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷାଫଳ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି।୧୧.୩୦ରେ ୱେବସାଇଟରେ ଛାତ୍ରଛାତ୍ରୀ ଦେଖିପାରିବେ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ଡିଜିଟାଲ ସାର୍ଟିଫିକେଟ୍ ଛାତ୍ରଛାତ୍ରୀ ଡାଉନଲୋଡ କରିବେ। ପାସ୍ ହାର ୯୬.୦୭ ପ୍ରତିଶତ ରେକର୍ଡ ହୋଇଛି। ଛାତ୍ରଛାତ୍ରୀ ମାନେ www.bseodisha.ac.in ୱେବସାଇଟରେ ଯାଇ ନିଜର ପରୀକ୍ଷା ଫଳ ଦେଖିପାରିବେ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଜାରି ହୋଇଛି।