Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଦଶମ ପରୀକ୍ଷାଫଳ: ହ୍ବାଟ୍ସଆପ୍‌ରେ କିଭଳି ଛାତ୍ରଛାତ୍ରୀ ସାର୍ଟିଫିକେଟ ଡାଉନଲୋଡ କରିବେ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ। ସକାଳ ୯ଟାରେ ପ୍ରଥମେ ପରୀକ୍ଷା ପରିଚାଳନା କମିଟିର ବୈଠକ ବସି ଫଳ ଉପସ୍ଥାପନ କରାଯାଇଥିଲା। ଏହାପରେ ଦିନ ସାଢ଼େ ୧୦ଟାରେ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି ଫଳାଫଳ। ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷାଫଳ ପ୍ରକାଶ ପାଇବାର ଘଣ୍ଟାଏ ପରେ ଅର୍ଥାତ୍ ସାଢ଼େ ୧୧ଟାରେ ପରୀକ୍ଷାର୍ଥୀମାନେ ଅନଲାଇନରେ ଦେଖିପାରିବେ ପରୀକ୍ଷାଫଳ। ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ ରହିଛି। ଚଳିତ ଥର ମଧ୍ୟ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍‌ ହାର ୯୬.୭୩ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୫.୩୯ ପ୍ରତିଶତ ରହିଛି।

ୱେବସାଇଟ www.bscodisha.ac.inରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ। ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ। ଏଥିପାଇଁ OR10 ସ୍ପେଶ୍ ROLL NUMBER ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର ୬ ଘଣ୍ଟା ପରେ ଅର୍ଥାତ୍ ଅପରାହ୍ନ ୪ଟା ବେଳକୁ ଅନଲାଇନ ଏବଂ ହ୍ବାଟ୍ସଆପରେ ଛାତ୍ରଛାତ୍ରୀ ଡିଜିଟାଲ ମାଟ୍ରିକ ପ୍ରମାଣପତ୍ର ପାଇପାରିବେ। ଏଥିପାଇଁ BSE/Hi ଲେଖି 77100-58192 ନମ୍ବରରେ ହ୍ବାଟ୍ସଆପ୍ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

କିପରି ହ୍ବାଟ୍ସଆପ୍‌ ମାଧ୍ୟମରେ ଦଶମଶ୍ରେଣୀ ପାସ ଛାତ୍ରଛାତ୍ରୀ ନିଜ ଡିଜିଟାଲ PDF ସାର୍ଟିଫିକେଟ ଡ଼ାଉନଲୋଡ଼ କରିବେ ଜାଣନ୍ତୁ

୧. ପ୍ରଥମେ ନିଜ ମୋବାଇଲରେ whatsapp ନମ୍ବର 7710058192 କୁ save କରିବାକୁ ହେବ l
୨. ଏହା ପରେ ସେହି whatsapp ନମ୍ବରକୁ Hi କିମ୍ବା BSE ଲେଖି ମେସେଜ କରିବାକୁ ହେବ l
୩. ଏହାପରେ ସେଥିରେ ତିନୋଟି option AHSC,MADHYAMA,SOSC(1st) ଥିବ l ସେଥି ଭିତରୁ ପ୍ରଥମ AHSC କୁ selection କରି click କରିବାକୁ ହେବ l
୪. ଏହାପରେ AHSC 2024 ରେ click କରିବାକୁ ହେବ l
୫. ଏହା ପରେ ନିଜର ଦଶମ ପରୀକ୍ଷା ଦେଇଥିବା Roll no କୁ ଏଣ୍ଟ୍ରି କରିବାକୁ ହେବ l
୬. Roll no ର ଏଣ୍ଟ୍ରି ସରିବା ପରେ ନିଜର ଜନ୍ମ ତାରିଖ ( Date of Birth) ଯାହା ଆଡମିଟ କାର୍ଡରେ ହିଁ ଅଛି ଏଣ୍ଟ୍ରି କରିବାକୁ ହେବ l
୭. ଏହା ପରେ ମୋବାଇଲ ନମ୍ବର ଏଣ୍ଟ୍ରି କରିବାକୁ ହେବ ଆଉ ମୋବଇଲ ନମ୍ବର ଦେଇସାରିଲା ପରେ ମୋବାଇଲକୁ ଗୋଟିଏ OTP ଆସିବ l
୮. OTP ଆସି ସାରିଲା ପରେ ତାହାକୁ ଦେଇଥିବା ଖାଲି ଜାଗାରେ ପୂରଣ କରି ଏଣ୍ଟ୍ରି କରେଇଦେଲେ ସାଙ୍ଗେ ସାଙ୍ଗେ ଡିଜିଟାଲ PDF ସାର୍ଟିଫିକେଟ
ଆସିଯିବ l
୯. ଫଳାଫଳ ବାହାରିବାର ପ୍ରଥମ ସପ୍ତାହ ( ସାତ ଦିନ ) ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାଗଣାରେ Digital certificate download କରିପାରିବେ ପରବର୍ତ୍ତୀ ସମୟରେ ଫଳାଫଳ ପାଇଁ ପାଇଁ ଆବେଦନ ଚାର୍ଜ (ଟଙ୍କା) ପୈଠ କରିବାକୁ ପଡିବ l
୧୦. Digital certificate ପାଇଲା ପରେ A4 ସାଇଜରେ କୌଣସି ଜେରକ୍ସ ଦୋକାନରେ
ପ୍ରିଣ୍ଟ ବାହାର କରିପାରିବେ l

Leave A Reply

Your email address will not be published.