Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା: ନାଁ ନ ନେଇ ପୂର୍ବତନ ସାଂସଦଙ୍କୁ ଜୋରଦାର ଟାର୍ଗେଟ କଲେ ନବୀନ

କେନ୍ଦ୍ରାପଡ଼ା: ଜୁନ୍‌ ୧ ତାରିଖରେ ଓଡ଼ିଶାରେ ହେବ ଶେଷ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟର ତିନି ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ଶେଷ ପ୍ରୟାସ। ଆଜି ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଦେବା ସମୟରେ ସେ କେନ୍ଦ୍ରପଡ଼ାର ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନାଁ ନେଇ କରିଛନ୍ତି ଟାର୍ଗେଟ। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦ୍ରାପଡ଼ରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହା ନାଁ ନେଇ କହିଛନ୍ତି, କେନ୍ଦ୍ରାପଡାର ଜଣଙ୍କୁ ୧୦ ବର୍ଷ ସାଂସଦ କଲି। ସେ ନିଜ କମ୍ପାନୀକୁ ଲାଭ ଦେଇ ମୋ ସହ ଓ କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ବାସଘାତକତା କରିଛି। ଏଥର ଯୋଡ଼ି ଶଙ୍ଖରେ ଭୋଟ ଦେଇ ଉପଯୁକ୍ତ ପ୍ରାର୍ଥୀ ବାଛନ୍ତୁ ବୋଲି ନବୀନ କହିଛନ୍ତି।

ନବୀନ ପଟ୍ଟନାୟକଙ୍କ ପରେ ଦଳର ପୋଷ୍ଟର ବୟ ଭି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, କେନ୍ଦ୍ରାପଡାରେ ବିଶ୍ବର ବୃହତ ଇଣ୍ଡଷ୍ଟ୍ରି ନିପନ ଷ୍ଟିଲ ପ୍ରତିଷ୍ଠା ପାଇଁ ନବୀନଙ୍କ ପ୍ରଚେଷ୍ଟା ଜାରି ରଖିଛନ୍ତି। ସେଥିପାଇଁ ସେ ୮ ଘଣ୍ଟା ବିମାନ ଯାତ୍ରା କରି ଜାପାନରେ ପହଞ୍ଚିଥିଲେ। କେବଳ ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ବୋଲି ପାଣ୍ଡିଆନ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ସାଂସଦ ହେବା ପରେ ତାଙ୍କ ଘରୋଇ କମ୍ପାନୀର କେତେ ପରିମାଣର ଲାଭ ହୋଇଛି ? ପାର୍ଲାମେଣ୍ଟ ଫାଇନାନ୍ସ କମିଟିରେ ସଦସ୍ୟ ଥିବାବେଳେ ନିଜ କମ୍ପାନୀର ହଜାର ହଜାର ଟଙ୍କାର ଲୋନ୍‌ ଛାଡ କରିଥିଲେ। ନିଜ ପାଇଁ ରେଲୱେ ସାଇଡିଂ ଆଣି ପୂର୍ବତନ ସାଂସଦ କେନ୍ଦ୍ରାପଡାକୁ ଭୁଲିଗଲେ।

ତେବେ ପାର୍ଲାମେଣ୍ଟ ଫାଇନାନ୍ସର କମିଟିର ସଭାପତି ଦାୟିତ୍ବ ନ ମିଳିବା ପରେ ସେଥିପାଇଁ ସେ ରାଗ ରଖି ନବୀନଙ୍କୁ ନେଇ ଗୁଜବ ସୃଷ୍ଟି କଲେ। ନିଜ ଘରୋଇ ଟିଭି ଚ୍ୟାନେଲରେ ନବୀନ ଅସୁସ୍ଥତା ଥିବା ନେଇ ଖବର ପ୍ରସାରଣ କଲେ। ୨୦୧୫ ମସିହାରୁ ନବୀନ ଅସୁସ୍ଥ ଥିବା ନେଇ ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କୁ ପୂର୍ବତନ ସାଂସଦ ବୁଲି ବୁଲି କହିଥିବା କହିଛନ୍ତି ପାଣ୍ଡିଆନ୍।

Leave A Reply

Your email address will not be published.