Odisha Link
Bridging the Missing Links in Odisha

ତୁଳସୀ କ୍ଷେତ୍ରରେ ନବୀନଙ୍କ ମାରାଥନ ପ୍ରଚାର, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ଅପିଲ୍

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା, ଜଗତସିଂହପୁର ଗସ୍ତରେ ଯାଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବାବେଳେ କେନ୍ଦ୍ରାପଡାରେ ବିଜେଡି ସୁପ୍ରିମୋ ପହଂଚିଛନ୍ତି।

ଜୁନ ୧ରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ କେନ୍ଦ୍ରାପଡାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, କେନ୍ଦ୍ରାପଡା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଉପସ୍ଥିତ ରହିଛନ୍ତି। ଏହା ସହ ୭ଟି ବିଧାନସଭା ଆସନର ପ୍ରାର୍ଥୀ ମାନେ ଉପସ୍ଥିତ ରହିଛନ୍ତି।

କେନ୍ଦ୍ରାପଡ଼ାରେ ବିଶାଳ ଜନସଭାକୁ ନବୀନ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବିଏସକେୱାଇ ଭଲ କି, ମିଶନ ଶକ୍ତି ଭଲ କି, ମମତା ଯୋଜନା ଭଲ କି, ଲକ୍ଷ୍ମୀ ବସ୍ ଭଲ କି, ୫-ଟି ସ୍କୁଲ ଭଲ କି, ପିଲା ସ୍କଲାରସିପ୍ ଭଲ କି, ଚାଷୀର କାଳିଆ ଯୋଜନା ଭଲ କି, ମଧୁବାବୁ ପେନସନ୍ ଯୋଜନା ଭଲ କି, ଚାଉଳ ପାଇଁ କାର୍ଡ ଭଲ କି, ପୁରୀ କାମ ଭଲ କି, ନବୀନ ପଟ୍ଟନାୟକ ଭଲ କି, ଶଙ୍ଖ ଚିହ୍ନ ଭଲ କି।

ଏହା ସହ ବିରୋଧୀଙ୍କୁ ଟାର୍ଗେଟ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ବିରୋଧୀ ମିଛ କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଜେଡି ମାଗଣା ବିଜୁଳି ଦେବ। ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ। ଆପଣମାନେ ଖୁସି ତ। ଏହା ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ। ଏମାନେ ନିର୍ବାଚନ ବେଳେ ପର୍ଯ୍ୟଟକ ଭଳି ଆସିବେ। ନିର୍ବାଚନ ସରିଗଲେ ଖୋଜିଲେ ବି ଖୋଜିଲେ ବି ମିଳିବେ ନାହିଁ, ନବୀନ ପଟ୍ଟନାୟକ ଆପଣଙ୍କ ସୁଖଦୁଃଖରେ ସବୁବେଳେ ଛିଡ଼ା ହୋଇ ରହିଛନ୍ତି ବୋଲି ଦଳର ବରିଷ୍ଠ ନେତା ଭି.କେ ପାଣ୍ଡିଆନ କହିଛନ୍ତି।

Leave A Reply

Your email address will not be published.