Odisha Link
Bridging the Missing Links in Odisha

ତାଣ୍ଡବ କରି ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ରେମାଲ’, ଦୁର୍ବଳ ବାତ୍ୟାରେ ହେଲା ପରିଣତ

ଓଏଲ୍‌ ବ୍ୟୁରୋ: ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେଲା ‘ରେମାଲ’। ଗତ ୬ ଘଣ୍ଟା ହେଲା ୧୫ କିମି ବେଗରେ ଗତି କରୁଛି ‘ରେମାଲ’। ଗତ ମଧ୍ୟ ରାତିରେ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁଥିଲା। ଏବେ ଉତ୍ତରରୁ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା ‘ରେମାଲ’। କିଛି ସମୟରେ ଉତ୍ତର ଦିଗରେ ଗତି କରିବା ସହ ଆହୁରି ଦୁର୍ବଳ ହେବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ଭୀଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ଉପକୂଳ ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପାରା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି।

ଭୀଷଣ ବାତ୍ୟା ଏବେ କ୍ରମଶଃ ଦୁର୍ବଳ ହେବା ସହ ଉତ୍ତର ଦିଗକୁ ଗତି କରିଛି । ତେବେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟା ରେମାଲ ପଶ୍ଚିମବଙ୍ଗ ଉପକୂଳ ଏବଂ ବାଂଲାଦେଶର ଅନେକ ସ୍ଥାନରେ ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ବହିବା ସହ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି । ସେହିପରି ସମୁଦ୍ରରେ ମଧ୍ୟ ଉଚ୍ଚ ଲହରୀ ଆସୁଥିବା ଦେଖିବାକୁ ମିଳିଛି।

ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ରାତି ତମାମ ବର୍ଷା ହୋଇଥିଲା। ଆଜିଠୁ ରାଜ୍ୟରେ ପୁଣି ବୃଦ୍ଧି ପାଇବା ଦିନର ତାପମାତ୍ରା। ତେବେ ବାତ୍ୟାର କ୍ଷୟକ୍ଷତି ଏବଂ ମୃତାହତ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନି। ଏସବୁ ମଧ୍ୟରେ ଏନଡିଆରଏଫ ଏସଡିଆରଏଫ୍ ବାତ୍ୟା ପ୍ରଭାବିତ ଅଂଚଳରେ ପହଁଚି ଏହାର ମୁକାବିଲା କରିଛନ୍ତି। ବାତ୍ୟା ପ୍ରଭାବରେ ଉପୁଡି ପଡିଥିବା ବଡ଼ ବଡ଼ ଗଛ ଏବଂ ବିଜୁଳି ଖୁଣ୍ଟକୁ ଯୁଦ୍ଧକାଳୀନ ଭିତିରେ ମରାମତି କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।

Leave A Reply

Your email address will not be published.