Odisha Link
Bridging the Missing Links in Odisha

ରାଜକୋଟ ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣା; ସାମ୍ନାକୁ ଆସିଲା ଅଘଟଣର କାରଣ

ଓଏଲ୍‌ ବ୍ୟୁରୋ: ଗୁଜରାଟର ରାଜକୋଟସ୍ଥିତ ଟିଆରପି ସପିଂ ମଲ୍ ଭିତରେ ଥିବା ଏକ ଗେମିଂ ଜୋନରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ଶିଶୁ ମଧ୍ୟ ଅଛନ୍ତି। ଗୁଜରାଟ ହାଇକୋର୍ଟ ଏହି ଭୟାନକ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ମାମଲାକୁ ନିଜଆଡୁ ଗ୍ରହଣ କରିଛନ୍ତି। ଅଦାଲତ କହିଛନ୍ତି ଯେ ପ୍ରାଥମିକ ଦୃଷ୍ଟିରୁ ଏହା ଏକ ‘ମନୁଷ୍ୟକୃତ ବିପର୍ଯ୍ୟୟ’ ବୋଲି ଜଣାପଡ଼ୁଛି।

ତେବେ ଏତେ ବଡ ଅଗ୍ନିକାଣ୍ଡର କାରଣ କଣ ହୋଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ ସାମ୍ନାକୁ ଆସିଲା ଅଘଟଣର କାରଣ। ଏକ୍ସଟେନସନ ଏରିଆରେ ବିଲଡିଂ କାରଣରୁ ନିଆଁ ଲାଗିଥିବା ସୂଚନା ରହିଛି। ଏହା ପରିସରରେ ଥିବା ଫାୟାର ଏକ୍ସଟିଙ୍ଗୁଇସର ବ୍ୟବହାର କରାଯାଇଥିଲେ ବି ନିଆଁ ଏତେ ଜୋରରେ ଲାଗିଥିଲା ଯେ ତାହା କାମ ଦେଇନଥିଲା। ଯଦି ଫାୟାର ଫାଇଟିଂ ସିଷ୍ଟମ ଥାଆନ୍ତା, ତେବେ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିଥାଆନ୍ତା ବୋଲି କୁହାଯାଉଛି।

ସୂଚନାଯୋଗ୍ୟଯେ, ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁ ଥିବା ସୂଚନା ମିଳିଛି। ସେପଟେ ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଘଟଣାର ପୁଙ୍ଖାନୁପଙ୍ଖ ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୋଟ ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି।

Leave A Reply

Your email address will not be published.