Odisha Link
Bridging the Missing Links in Odisha

ଆଇପିଏଲ୍‌ ୨୦୨୪ ଫାଇନାଲ ପରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଫଟାଫଟ୍‌ କ୍ରିକେଟର ରୋମାଞ୍ଚ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)ର ୧୭ ତମ ସଂସ୍କରଣର ଫାଇନାଲ ମୁକାବିଲାରେ ହାଇଦ୍ରାବାଦ ଠାରୁ ଆଇପିଏଲ୍‌ ଟ୍ରଫି ଛଡାଇ ନେଲା କୋଲକାତା। ହ୍ୟାଟ୍ରିକ୍‌ ମାରିଲା କେକେଆର୍। ତୃତୀୟ ଥର ଲାଗି ଆଇପିଏଲ ଟାଇଟଲ ହାତେଇଲା କୋଲକାତା ନାଇଟ୍ ରାଇଡର୍ସ। ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି କେକେଆର ଇଣ୍ଡିଆନ୍ ପ୍ରିମିଅର ଲିଗ୍ ୨୦୨୪ ଟ୍ରଫି ଉପରେ କବ୍‌ଜା କରିଛି।

ଆଇପିଏଲ୍‌ ୨୦୨୪ର ଟ୍ରଫି ଜିତିଥିବା କେକେଆର ଦଳକୁ ମିଳିଛି ଟ୍ରଫି ସହିତ ୨୦ କୋଟି ଟଙ୍କା। ସେହିପରି ଉପବିଜେତା ସନରାଇରଜର୍ସ ହାଇଦ୍ରବାଦ ଟିମ୍‌କୁ ମିଳିିଛି ୧୨.୫ କୋଟି। ସେହିପରି ପର୍ପଲ କ୍ୟାପ୍‌ ହାତେଇଛନ୍ତି ପଞ୍ଜାବ କିଙ୍ଗସ୍‌ର ହର୍ଷଲ ପଟେଲ। ସେଥିପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି। ସେ ୧୪ଟି ମୁକାବିଲା ଖେଳି ୨୪ଟି ଓ୍ବିକେଟ ନେଇ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅଗ୍ରଣୀ ଓ୍ବିକେଟ ଟେକର ବୋଲର ହୋଇଥିଲେ। ସେହିପରି ଅରେଞ୍ଜ କ୍ୟାପ୍‌ ବିଜେତା ରନ୍‌ ମେସିନ୍‌ ବିରାଟ କୋହଲି ହୋଇଛନ୍ତି। ସେ ୧୫ଟି ମ୍ୟାଚ୍‌ ଖେଳି ୭୪୧ ରନ୍‌ ସ୍କୋର କରିଥିଲେ। ସେଥିପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

କେଉଁ ଦଳ ଓ କେଉଁ ଖେଳାଳି କେତେ ମିଳିଲା ପୁରସ୍କାର ରାଶି ଜାଣନ୍ତୁ:

ଆଇପିଏଲ୍‌ ୨୦୨୪ ବିଜେତା ଦଳ କେକେଆର: ୨୦ କୋଟି
ଆଇପିଏଲ୍‌ ୨୦୨୪ ଉପବିଜେତା ଦଳ ଏସ୍‌ଆରଏଚ୍‌ : ୧୨.୫ କୋଟି
ଷ୍ଟ୍ରାଇକର୍‌ ଅଫ୍‌ ଦି ମ୍ୟାଚ୍: ଭେଙ୍କଟେଶ ଆୟର – ୧ ଲକ୍ଷ
ଅଲଟିମେଟ୍‌ ଫାଣ୍ଟାସି ଖେଳାଳି: ମିଚେଲ୍‌ ଷ୍ଟ୍ରାକ୍‌- ୧ ଲକ୍ଷ
ସୁପର ସିକ୍ସ ଅଫ୍‌ ଦି ମ୍ୟାଚ୍‌ ଆଓ୍ବାଡ: ଭେଙ୍କଟେଶ ଆୟର- ୧ ଲକ୍ଷ
ସୁପର ଫୋର ଅଫ‌ ଦି ମ୍ୟାଚ୍‌ ଆଓ୍ବାଡ: ରହମାନୁଲହ୍ହା ଗୁରବାଜ – ୧ ଲକ୍ଷ
ସର୍ବାଧିକ ଡଟ୍‌ ବଲ୍‌: ହର୍ଷିତ ରାଣା – ୧ ଲକ୍ଷ
ପ୍ଲେୟର ଅଫ୍‌ ଦି ମ୍ୟାଚ୍‌: ମିଚେଲ ଷ୍ଟ୍ରାକ୍‌ – ୫ ଲକ୍ଷ
ଏମର୍ଜିଂ ପ୍ଲେୟାର ଅଫ୍‌ ଦି ମ୍ୟାଚ୍: ନିତିଶ ରେଡ୍ଡୀ – ୧୦ ଲକ୍ଷ
ଷ୍ଟ୍ରାଇକର ଅଫ୍‌ ଦି ସିଜିନ: ଫ୍ରେଜର ମେକଗର୍କ – ୧୦ ଲକ୍ଷ
ଫାଣ୍ଟାସି ପ୍ଲେୟର ଅଫ୍‌ ଦି ସିଜିନ: ସୁନୀଲ ନାରାୟଣ – ୧୦ ଲକ୍ଷ
ସୁପର ସିକ୍ସସେ ଅଫ୍‌ ଦି ସିଜିନ: ଅଭିଷେକ ଶର୍ମା – ୧୦ ଲକ୍ଷ
ସୁପର ଫୋରସ୍‌ ଅଫ୍‌ ଦି ସିଜିନ: ଟ୍ରେଭିସ୍‌ ହେଡ – ୧୦ ଲକ୍ଷ
ଶ୍ରେଷ୍ଠ କ୍ୟାଚ୍‌: ରମନଦୀପ ସିଂହ – ୧୦ ଲକ୍ଷ
ଫ୍ଲେୟାର ପ୍ଲେ ଆଓ୍ବାର୍ଡ: ସନରାଇଜର୍ସ ହାଇଦ୍ରବାଦ – ୧୦ ଲକ୍ଷ
ପର୍ପଲ କ୍ୟାପ୍‌: ହର୍ଷଲ ପଟେଲ – ୧୦ ଲକ୍ଷ
ଅରେଞ୍ଜ କ୍ୟାପ୍‌: ବିରାଟ କୋହଲି – ୧୦ ଲକ୍ଷ
ମୋଷ୍ଟ ଭ୍ୟାଲୁଏବୁଲ ଖେଳାଳି: ସୁନୀଲ ନାରାୟଣ – ୧୦ ଲକ୍ଷ

ଶ୍ରେଷ୍ଠ ପିଚ୍‌ ଏବଂ ପଡ଼ିଆ: ହାଇଦ୍ରାବାଦ – ୫୦ ଲକ୍ଷ

Leave A Reply

Your email address will not be published.