ମୌସୁମୀ ବାୟୁକୁ ନେଇ ପୂର୍ବାନୁମାନ, ଆସନ୍ତା ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ
![](https://www.odishalink.com/wp-content/uploads/2019/06/monsoon-1.jpg)
ଓଏଲ୍ ବ୍ୟୁରୋ: ମୌସୁମୀ ପ୍ରବାହର ଆଗମନକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ ବାୟୁ। ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ପାଣିପାଗ ବିଭାଗ ଆକଳନ କରିଛି। ସ୍ଥିତି ଅନୁକୂଳ ଥିବାରୁ ୫ ଦିନ ଭିତରେ କେରଳ ଛୁଇଁବା ନେଇ ଆକଳନ କରାଯାଇଛି।
ଅନ୍ୟପଟେ, ପୂର୍ବରୁ ଆଣ୍ଡାମାନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହୋଇସାରିଛି। ସେହିପରି ଜୁନ ୧୫ ବେଳକୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି। ତେବେ ଏନି ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।