Odisha Link
Bridging the Missing Links in Odisha

ବିଜ୍ଞାପନ ମାମଲା: ବିଜେପିକୁ ଝଟକା, ସୁପ୍ରିମକୋର୍ଟ କହିଲେ-ପ୍ରତିଦ୍ୱନ୍ଦ୍ୱୀ ତୁମର ଶତ୍ରୁ ନୁହଁନ୍ତି

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିପକ୍ଷ ବିଜ୍ଞାପନ ମାମଲାରେ ବିଜେପିକୁ ଲାଗିଛି ସୁପ୍ରିମ ଝଟକା। ସର୍ବୋଚ୍ଚ ନ୍ୟାୟାଳୟ ବିଜେପିର ଆବେଦନ ଶୁଣିବା କରିବାକୁ ମନା କରି ଦେଇଛନ୍ତି। ବିଜେପିର ବିଜ୍ଞାପନ ଭୁଲ ଅଟେ ବୋଲି କୋର୍ଟ କହିଛନ୍ତି। ଏହାପୂର୍ବରୁ କୋଲକାତା ହାଇକୋର୍ଟ ବିଜେପିର ବିଜ୍ଞାପନରେ ରୋକ ଲଗାଇଥିଲେ। ଯାହାଫଳରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ବିଜେପି।

ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରି କହିଛନ୍ତି, ପ୍ରତିଦ୍ୱନ୍ଦ୍ୱୀ ତୁମର(ବିଜେପି) ଶତ୍ରୁ ନୁହଁନ୍ତି। ବର୍ତ୍ତମାନ ନିର୍ବାଚନ ଚାଲିଛି।ଏଭଳି ସ୍ଥିତିରେ ଆମେ ଏଥିରେ କାହିଁକି ହସ୍ତକ୍ଷେପ କରିବୁ? ଏହା ଭୋଟରଙ୍କ ହିତରେ ମଧ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ବିଜେପିକୁ ଭର୍ତ୍ସନା କରି ସର୍ବୋଚ୍ଚ ଅଦାଲତ ଆହୁରି କହିଛନ୍ତି ଯେ ଆପଣ ସର୍ବଦା କହିପାରିବେ ଯେ ଆପଣ ଶ୍ରେଷ୍ଠ ଅଟନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ବିରୋଧୀ ଦଳ ବିଷୟରେ ‘ମାନହାନୀ ତଥା ଅପମାନଜନକ’ ବିଜ୍ଞାପନ ପ୍ରକାଶ କରିବେ।ବିଜ୍ଞାପନର ପ୍ରଥମ ପୃଷ୍ଠରେ ହିଁ ଭୁଲ୍‌ ଅଛି।

ସୂଚନାଥାଉକି, ପଶ୍ଚିମବଙ୍ଗର ବିଜେପି ୟୁନିଟ୍ ଲୋକସଭା ନିର୍ବାଚନ ପ୍ରକ୍ରିୟା ସମୟରେ ଟିଏମସି ସହ ଜଡିତ କିଛି ବିଜ୍ଞାପନ ପ୍ରକାଶ କରିଥିଲା।ଏହି ପ୍ରସଙ୍ଗ କଲିକତା ହାଇକୋର୍ଟରେ ପହଞ୍ଚିଥିଲା । ଶୁଣାଣି ସମୟରେ କଲିକତା ହାଇକୋର୍ଟ ତୃଣମୂଳ କଂଗ୍ରେସ ବିରୋଧରେ କୌଣସି ପ୍ରକାରର ଅପମାନଜନକ ବିଜ୍ଞାପନ ପ୍ରକାଶ କରିବା ଉପରେ ବିଜେପିକୁ ବାରଣ କରିଥିଲେ। ପରେ କଲିକତା ହାଇକୋର୍ଟର ଏହି ରାୟକୁ ସୁପ୍ରିମକୋର୍ଟରେ ବିଜେପି ଚ୍ୟାଲେଞ୍ଜ କରିଥିଲା।

Leave A Reply

Your email address will not be published.