Odisha Link
Bridging the Missing Links in Odisha

ଜୁନ୍‌ ୧ରେ ହେବ ଇଣ୍ଡିଆ ବ୍ଲକ୍‌ର ବୈଠକ, ନିର୍ବାଚନ ଦିନ କାହିଁକି ରଖିଲେ ବୈଠକ ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କ ମନ ଜିଣିବା ପାଇଁ ଶେଷ ପ୍ରୟାସ କରୁଛନ୍ତି ସମସ୍ତ ରାଜନୈତିକ ଦଳ। ଲୋକସଭା ନିର୍ବାଚନର ଅନ୍ତିମ ଚରଣ ମତଦାନ ବାକି ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବିପକ୍ଷ ଇଣ୍ଡିଆ ମେଣ୍ଟର ନେତାଙ୍କ ବୈଠକ ଡକାଇଛନ୍ତି। ଅନ୍ତିମ ଚରଣ ମତଦାନ ଦିନ ଏହି ବୈଠକ ହେବ। ଏହି ବୈଠକରେ ଲୋକସଭା ନିର୍ବାଚନ ଉପରେ ଚର୍ଚ୍ଚା ଓ ସମୀକ୍ଷା କରାଯିବ ବୋଲି ସୂଚନା ରହିଛି। ଯାହାକୁ ନେଇ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବୈଠକରେ ଯୋଗ ଦେଇ ପାରିବେନି ବୋଲି କହିଛନ୍ତି। ଜୁନ୍‌ ୧ ତାରିଖରେ ମତଦାନ ଓ ବାତ୍ୟା ପରେ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା କାରଣରୁ ସେ ସାମିଲ ହୋଇ ପାରିବେ ନାହିଁ। ହେଲେ ମୋର ମନ ବୈଠକରେ ରହିବ ବୋଲି ମମତା ବାନାର୍ଜି କହିଛନ୍ତି। ଏସବୁ ମଧ୍ୟରେ ପ୍ରଶ୍ନ ଉଠିଛି ଯେ ଅନ୍ତିମ ଚରଣ ନିର୍ବାଚନରେ ୫୭ ଲୋକସଭା ଆସନରେ ମତଦାନ ହେବ। ତେବେ ସେହି ଦିନ କାହିଁକି ଇଣ୍ଡିଆ ମେଣ୍ଟର ନେତାଙ୍କ ବୈଠକ କାହିଁକି ଡକାଯାଇଛି।

ମଲ୍ଲିକାର୍ଜୁନ ଖଡ଼ଗେ ଇଣ୍ଡିଆ ବ୍ଲକ୍‌ର ବୈଠକ ଜୁନ୍‌ ୧ ତାରିଖରେ ଚୟନ କରିବା ପଛରେ କେଜ୍ରିଓ୍ବାଲ ଫ୍ୟାକ୍ଟର ଥିବା ନେଇ ଚର୍ଚ୍ଚା ହେଉଛି। କାରଣ ନିର୍ବାଚନ ପରେ କେଜ୍ରିଓ୍ବାଲ ଅନ୍ତରୀଣ ଜାମିନ ଶେଷ ହୋଇଯିବ। କେଜ୍ରିଓ୍ବାଲ ଅନ୍ତରୀଣ ଜାମିନର ଅବଧି ଆଉ ଏକ ସପ୍ତାହ ବୃଦ୍ଧି ପାଇଁ କୋର୍ଟରେ ଆବେଦନ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଶୁଣାଣି କରି ନାହାନ୍ତି କୋର୍ଟ। ଯାହାକୁ ନଜରରେ ରଖି ବୈଠକ ତାରିଖ ଧାର୍ଯ୍ୟ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.