ସୋସିଆଲ ମିଡିଆ ପୋଷ୍ଟ ଉପରେ ଓଡ଼ିଶା ପୁଲିସର ନଜର

ଓଏଲ୍ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଅନ୍ତିମ ଚରଣ ମତଦାନ ଜୁନ୍ ତାରିଖରେ ଅନୁଷ୍ଠିତ ହେବ। ସେହିପରି ଓଡ଼ିଶାରେ ମଧ୍ୟ ଅନ୍ତିମ ଚରଣ ମତଦାନ ହେବ। ଚଳିତବର୍ଷ ନିର୍ବାଚନର ପ୍ରଚାର ପ୍ରସାର ବିଶେଷ ଭାବେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ କରିଛନ୍ତି। ଅନ୍ୟପଟେ ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମ ଅପବ୍ୟବହାର ଉପରେ ନଜର ରଖିଛି ଓଡ଼ିଶା ପୁଲିସ। ଏଥିସହିତ ୪୨୦ଟି ଆପତ୍ତିଜନକ ବିଷୟବସ୍ତୁ ହଟାଇ ଦେଇଛି। ସାଧାରଣ ନିର୍ବାଚନ ୨୦୨୪ରେ ସୋସିଆଲ ମିଡିଆର ଅପବ୍ୟବହାର ଯାଞ୍ଚ କରିବାକୁ ଓଡ଼ିଶା ପୁଲିସ ସ୍ବତନ୍ତ୍ର ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ କରିଛି।
ବର୍ତ୍ତମାନ ସୁଦ୍ଧା ସୋସିଆଲ ମିଡିଆ ପ୍ଲାଟଫର୍ମରୁ ୪୨୦ଟି ପୋଷ୍ଟକୁ ହଟାଇ ଦିଆଯାଇଛି। ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି ଯେ ଫେସବୁକରେ ୭୮୮ ପୋଷ୍ଟ ଅପସାରଣ କରିବାକୁ ଅନୁରୋଧ କରାଯାଇଥିଲା। ସେଥିରୁ ୨୫୬ ପୋଷ୍ଟ ହଟାଇ ଦେଇଛି ମେଟା। ସେହିପରି ଇନଷ୍ଟାଗ୍ରାମରେ ୪୭୧ଟି ପୋଷ୍ଟ ଅପସାରଣ କରିବାକୁ ଅନୁରୋଧ କରାଯାଇଥିଲା। ଯାହାଫଳରେ ଇନଷ୍ଟାଗ୍ରାମରେ ୧୫୪ଟି ପୋଷ୍ଟକୁ ହଟାଇ ଦେଇଛି ମେଟା। ସେହିପରି ୟୁଟ୍ୟୁବରୁ ୯୬ଟି କଣ୍ଟେଣ୍ଟ ହଟେଇବାକୁ ଅନୁରୋଧ କରାଯାଇଥିଲା ଯାହାଫଳରେ ୯ଟି ଭିଡିଓକୁ ହଟାଇ ଦିଆଯାଇଛି। ଏଥିସହିତ ୯୫୦ଟି ଆକାଉଣ୍ଟ ଉପରେ କଡ଼ା ନଜର ରଖାଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଏସବୁ ବ୍ୟତୀତ ସୋସିଆଲ ମିଡିଆ ନିୟମ ଉଲ୍ଲଂଘନ ମାମଲା ସହିତ ୫ଟି ଏଫ୍ଆଇଆର ପଞ୍ଜିକୃତ ହୋଇଛି। ସେହି ଉପରେ ମଧ୍ୟ ଅନୁସନ୍ଧାନ କରୁଛି ଓଡ଼ିଶା ପୁଲିସ।