ଛତିଶଗଡ଼ରେ ଏନ୍କାଉଣ୍ଟର: ୨ ମାଓବାଦୀ ନିହତ

ଓଏଲ୍ ବ୍ୟୁରୋ: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀ ଏନ୍କାଉଣ୍ଟର କରିଥିବାବେଳେ ୨ ନକ୍ସଲ ନିହତ ହୋଇଛନ୍ତି। ତେବେ ଅନେକ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।
ଅନ୍ୟପଟେ, ଚଳିତ ମାସ ମେ’ ୧୦ ତାରିଖରେ ଛତିଶଗଡ଼ରେ ବଡ଼ ଧରଣର ଏନ୍କାଉଣ୍ଟର ହୋଇଥିଲା। ଯେଉଁଥିରେ ଯବାନଙ୍କ ଗୁଳିରେ ୮ ମାଓବାଦୀ ନିପାତ ହୋଇଥିବା ବେଳେ ଦାର୍ଘ ୧୧ଘଣ୍ଟା ଧରି ଏନକାଉଣ୍ଟର ଚାଲିଥିଲା। ଅପରେସନରେ ପ୍ରାୟ ୧୨ଶହ ଯବାନ ସାମିଲ ଥିବା ସୂଚନା ରହିଥିଲା।