Odisha Link
Bridging the Missing Links in Odisha

ରାଜ୍ୟରେ ଉପରମୁହାଁ ପାରଦ, ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ କିଛି ଦିନ ଧରି ଲାଗି ରହିଥିବା ଅବିରତ ଅଗ୍ନି ବର୍ଷା ପରେ ବାତ୍ୟା ପ୍ରଭାବରେ କିଛି ସ୍ଥାନରେ ଥଣ୍ଡା ଅନୁଭୂତ ହୋଇଥିଲା। ଆଜି ସକାଳୁ ପୁଣି ତାତି ଅନୁଭୂତ ହୋଇଛି। ତେବେ ଆହୁରି ୨ ଦିନ ରହିବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଦିନର ତାପାମାତ୍ରା ୨ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟରେ ହିଟୱେଭ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।

ସେହିପରି ସୋନପୁରରେ ୪୫ ଦଶମିକ ୩ଡିଗ୍ରୀ ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ଡିଗ୍ରୀ ରେକର୍ଡ କରାଯାଇଛି। ବାତ୍ୟା ରେମାଲ ପ୍ରଭାବରେ କିଛି ଦିନ ଧରି ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିଲା। କିନ୍ତୁ ବାତ୍ୟା ଚାଲିଯିବା ପରେ ପୁଣି ପଶ୍ଚିମା ଉଷ୍ମ ବାୟୁ ପ୍ରବାହ ଆରମ୍ଭ ହୋଇଛି। ଫଳରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବା ସହ ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି।

ଅନ୍ୟପଟେ, ରାଜ୍ୟରେ ଅଂଶୁଘାତରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ବାଲେଶ୍ବରରେ ଜଣେ, ଢେଙ୍କାନାଳରେ ଜଣେ, ମୟୂରଭଞ୍ଜରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଟପି ସାରିଛି। ସୁନ୍ଦରଗଡ଼ରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି। ଅଂଶୁଘାତ ଆକ୍ରାନ୍ତ ଓ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

Leave A Reply

Your email address will not be published.