Odisha Link
Bridging the Missing Links in Odisha

ବାଲେଶ୍ୱର ମାଟିରୁ ବିଜେପିକୁ ଟାର୍ଗେଟ କଲେ ଖଡଗେ, କହିଲେ-ମୋଦି ହଠାଅ ସମ୍ବିଧାନ ବଞ୍ଚାଅ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି। ଏସବୁ ଭିତରେ ନେତାଙ୍କ ବୟାନବାଜି ଜାରି ରହିଛି। ଆଜି ଓଡିଶା ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହା ସହ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ବିଜେପି ଯାହା ଚାହୁଁଛି ବିଜେଡି ସମର୍ଥନ କରୁଛି। ଏବେ ପରସ୍ପର ଅଲଗା ଅଲଗା ଅଛନ୍ତି। ନିର୍ବାଚନ ପରେ ପୁଣି ଏକାଠି ହୋଇଯିବେ। ପୂର୍ବରୁ ନବୀନଙ୍କ ସହ ବିଜେପିର ଭଲ ସମ୍ପର୍କ ଥିଲା। ବିଜେପି ନେତା ଏବେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଜାକ ଉଡ଼ାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅପମାନ, ଓଡ଼ିଶାବାସୀଙ୍କୁ ଅପମାନ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ହିଁ ଦାୟୀ ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।

ଲୋକ ପଚାରୁଛନ୍ତି ବିଜେପିକୁ ଆମେ ହରାଇପାରିବା ତ? ବିଜେପିକୁ ଯଦି ନ ହଟାଇବା ତେବେ ସମ୍ବିଧାନ ବିପଦରେ, ଲୋକକନ୍ତ୍ର ବି ବିପଦରେ ରହିବ। ଯଦି ଲୋକତନ୍ତ୍ର ଓ ସମ୍ବିଧାନ ବିପଦରେ ରହିବ ତେବେ ଆମ ଭବିଷ୍ୟତ ବି ବିପଦରେ ରହିବ। ସେମାନଙ୍କୁ ହଟାଇବା ଜରୁରୀ। ଦେଶରେ ଗରିବ ଏତେ ମାତ୍ରାରେ ବଢୁଛି ଯେ ଲୋକ ଚିନ୍ତାରେ ଅଛନ୍ତି।

ସେପଟେ ଯୁବକଙ୍କୁ ଚାକିରି ନାହିଁ, ସେମାନେ ବି ଚିନ୍ତାରେ। ମୋଦିଙ୍କୁ ଏହାର ଚିନ୍ତା ନାହିଁ। ଦେଶକୁ ବଞ୍ଚାଇବା ଆମର ଏକମାତ୍ର ଚିନ୍ତା। ଗରିବଙ୍କୁ ଯେଉଁ ସଂରକ୍ଷଣ ମିଳିଛି ତାକୁ ଶେଷ କରିବାକୁ ମୋଦି ସରକାର ଲାଗିଛି। ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ବିଦେଶରେ ବୁଲୁଥିଲେ। ଆମେ ପୁଞ୍ଚିପତିଙ୍କ ସପକ୍ଷରେ ନାହୁଁ। ଗରିବଙ୍କ ସପକ୍ଷରେ ଆମେ ଅଛୁ। ସେଥିପାଇଁ ବିଜେପି ଆମକୁ ସହିପାରୁନି ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି।

Leave A Reply

Your email address will not be published.