Odisha Link
Bridging the Missing Links in Odisha

ମତଦାନ ପୂର୍ବରୁ ଜିଲ୍ଲାପାଳ ନେଲେ ବଡ଼ ପଦକ୍ଷେପ, ମୟୂରଭଞ୍ଜରେ କାଲିଠୁ ୧୪୪ ଧାରା

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ନିର୍ବାଚନ ତାତି। ଶେଷ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ରାଜନୈତିକ ଦଳ କରୁଛନ୍ତି ଶେଷ ପ୍ରୟାସ। ଅନ୍ତିମ ଚରଣ ମତଦାନରେ ଓଡ଼ିଶାର ୪୨ଟି ବିଧାନସଭା ଓ ୬ଟି ଲୋକସଭା ଆସନରେ ମତଦାନ ହେବ। ମୟୂରଭଞ୍ଜ ଲୋକସଭା ଆସନ ସମେତ ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭାରେ ମତଦାନ ହେବ। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଲକ୍ଷ୍ୟ ରଖିଥିବା ମୟୂରଭଞ୍ଜ ଜିଲ୍ଲାପାଳ ନେଇଛନ୍ତି ବଡ଼ ନିଷ୍ପତ୍ତି। ନିର୍ବାଚନକୁ ନଜରରେ ରଖି ମୟୂରଭଞ୍ଜ ଜିଲ୍ଲାରେ ୧୪୪ ଧାରା ଲାଗୁ କରିଛନ୍ତି ଜିଲ୍ଲାପାଳ।

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଜିଲ୍ଲାରେ ୧୪୪ ଧାରା ଗୁରୁବାର ସନ୍ଧ୍ୟା ୬ଟାରୁ ଲାଗୁ ହେବ। ଶନିବାର ଅର୍ଥାତ୍‌ ଜୁନ୍‌ ୧ ତାରିଖ ନିର୍ବାଚନ ଶେଷ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ରହିବ ବୋଲି ଉଲ୍ଲେଖ ରହିଛି।

ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ସରସକଣା, ରାଇରଙ୍ଗପୁର, ବାଙ୍ଗିରୀପୋଷି, ଉଦଳା, ବଡ଼ସାହି, ବାରିପଦା, ମୋରଡା ବିଧାନସଭା ଆସନରେ ମତଦାନ ହେବ। ଏହି ସବୁ ଆସନରେ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ।

Leave A Reply

Your email address will not be published.