ଯାଞ୍ଚ ହେବ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା, ଗଠନ ହେଲା ମେଡିକାଲ ବୋର୍ଡ
ଓଏଲ୍ ବ୍ୟୁରୋ: ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ମାହୋଲ ଚାଲିଥିବା ବେଳେ ଭାରତୀୟ ନିର୍ବାଚନ କମିଶନ ବଡ଼ ପଦକ୍ଷେପ ନେଇଥିବା ଜଣା ପଡିଥିଲା। ବରିଷ୍ଠ ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ ନିଲମ୍ବିତ ହୋଇଥିବା ଖବର ସାମ୍ନାକୁ ଆସିଛି। ନିର୍ବାଚନରେ ଅନଧିକୃତ ହସ୍ତକ୍ଷେପ ଅଭିଯୋଗରେ ନିଲମ୍ବିତ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ନିଲମ୍ବିତ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସ୍ରେ କାର୍ଯ୍ୟ କରିବେ।
ସେହିପରି ବରିଷ୍ଠ ଆଇପିଏସ୍ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଇସିଆଇଙ୍କ ନିର୍ଦ୍ଦେଶ ପରେ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି। ଏମ୍ସ ଭୁବନେଶ୍ବର ପକ୍ଷରୁ ୬ ଜଣିଆ ବୋର୍ଡ ଗଠନ କରାଯାଇଥିବାବେଳେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବୋର୍ଡ ଗଠନ ହୋଇଛି। ବୋର୍ଡରେ ମେଡିସିନ୍, ସର୍ଜରୀ, ଅର୍ଥୋପେଡିକ୍, ନ୍ୟୁରୋ ବିଶେଷଜ୍ଞ ସାମିଲ୍ ହୋଇଛନ୍ତି। ଯାଞ୍ଚ ପାଇଁ ଆଶିଷ ସିଂ ଏମ୍ସ ଆସିଲେ ସ୍ବାସ୍ଥ୍ୟ ପରୀକ୍ଷା କରିବ ବୋର୍ଡ। ଭାରତୀୟ ନିର୍ବାଚନ କମିଶନ ମେଡିକାଲ ଲିଭ୍ରେ ଥିବା ଆଶିଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିର୍ଦ୍ଦେଶ ଦେଇଥିଲେ।