Odisha Link
Bridging the Missing Links in Odisha

ଆସନ୍ତା ୨୪ ଘଣ୍ଟାରେ କେରଳ ଛୁଇଁପାରେ ମୌସୁମୀ ବାୟୁ, ଓଡ଼ିଶାକୁ ଆଗମନ କେବେ?

ଓଏଲ୍‌ ବ୍ୟୁରୋ: ମୌସୁମୀ ପ୍ରବାହର ଆଗମନକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ଭିତରେ କେରଳ ଛୁଇଁପାରେ ମୌସୁମୀ ବାୟୁ। ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ପାଣିପାଗ ବିଭାଗ ଆକଳନ କରିଛି। ସ୍ଥିତି ଅନୁକୂଳ ଥିବାରୁ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରାଯାଇଛି।

ଅନ୍ୟପଟେ, ପୂର୍ବରୁ ଆଣ୍ଡାମାନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହୋଇସାରିଛି। ସେହିପରି ଜୁନ ୧୫ ବେଳକୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.