Odisha Link
Bridging the Missing Links in Odisha

ବିରୋଧୀଙ୍କ ଉପରେ ବର୍ଷିଲେ ସସ୍ମିତ, କହିଲେ-ଦାଗି ନେତାଙ୍କୁ ପୋଷ୍ଟର ବୟ କରେ ବିଜେପି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି। ଏସବୁ ଭିତରେ ନେତାଙ୍କ ରାଜନୈତିକ ବୟାନବାଜି ଜାରି ରହିଛି।

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପୁଣି ବିଜେପି ଟାର୍ଗେଟ କରି କହିଛନ୍ତି, ଅପରାଧିକ ବ୍ୟକ୍ତିଙ୍କୁ ପୋଷ୍ଟର ବୟ କରେ ବିଜେପି। ଯେତେବେଳେ ବି ରାଜ୍ୟ ବିଜେପି, ବିଜେଡି ନେତାଙ୍କୁ ଟାର୍ଗେଟ କରନ୍ତି, ପ୍ରଥମେ ସେମାନେ କୁହନ୍ତି ସେ ଗୁଣ୍ଡା, ତାଙ୍କ ଘର ଜେଲରେ। ହେଲେ ସେହି ନେତା ବିଜୁ ଜନତା ଦଳରୁ ବହିଷ୍କୃତ ହେଲା ପରେ ସେହି ନେତାଙ୍କୁ କଢେଇ ନିଏ ଭାରତୀୟ ଜନତା ପାର୍ଟି। ବିଜେପି ୱାସିଂ ମେସିନରେ ସଫା ହେଲାପରେ, ସେହି ଦାଗି ନେତାଙ୍କୁ ସେମାନେ କର୍ମଠ ଆଉ କର୍ମବୀର ବୋଲି କୁହନ୍ତି। ଆଉ ଦଳୀୟ ଟିକେଟ୍ ଦେଇ ପୋଷ୍ଟର ବୟ କରନ୍ତି।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ବିଜେପି ପାଖରେ ୱାଶିଂ ମେସିନ ଅଛି। ଦାଗି ନେତାଙ୍କୁ ୱାସିଂ ମେସିନରେ ପୁରେଇ ସଫା କରିଦେଲା ବିଜେପି। ୨୦୨୦ ମସିହାରେ ତାଙ୍କ କମ୍ପାନୀ ଗରିବ ଲୋକଙ୍କ ପାଖରୁ ଚଞ୍ଚକତା କରି ଜମି ଜବରଦଖଲ କଲା, ହେଲେ ସେହି ନେତାଙ୍କୁ ୱାସିଂ ମେସିନରେ ପୁରେଇ ସଫା କରିଦେଲା ବିଜେପି। ଖାଲି ସେତିକି ନୁହେଁ, ଆଜି ସେ ବିଜୁଳି ବିଲ୍ କଥା ଚର୍ଚ୍ଚା କରୁଛନ୍ତି। କିନ୍ତୁ ତାଙ୍କରି କମ୍ପାନୀର ୪୮୦ କୋଟି ବିଜୁଳି ବିଲ୍ ବାକି ଥିଲା। ଆଉ ବିଲ୍ ମାଗିବାରୁ ସେ ସୁପ୍ରିମକୋର୍ଟ ଚାଲିଯାଇଥିଲେ ବୋଲି କହି ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

Leave A Reply

Your email address will not be published.