Odisha Link
Bridging the Missing Links in Odisha

ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ, କହିଲେ-କୌଣସି ପ୍ରତିଶ୍ରୁତି ପାଳନ କରୁନି ବିଜେପି

ଓଏଲ୍‌ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କ ମନ ଜିଣିବା ପାଇଁ ଶେଷ ପ୍ରୟାସ କରୁଛନ୍ତି ସମସ୍ତ ରାଜନୈତିକ ଦଳ। ଓଡ଼ିଶାରେ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନର ୨ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଭି.କେ ପାଣ୍ଡିଆନ।

ସେ କହିଛନ୍ତି, ବିଜେପି ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ଅଛି। ୨୦୧୪ରେ ଯାହା ପ୍ରତିଶ୍ରୁତି ଦେଇଥିଲେ କିଛି ରଖିଲେନି। ଧାନ ଏମଏସପି ଦୁଇଗୁଣା କରିବେ କହିଥିଲେ ହେଲେ ତାହା ହେଲାନି। ପ୍ରତିବର୍ଷ ୨କୋଟି ରୋଜଗାର ଦେବେ କହିଥିଲେ ହେଲେ ଦେଲେନି। ପ୍ରତିବର୍ଷ ୨କୋଟି ହେଲେ, ଓଡ଼ିଶା ଭାଗରେ ୮୦ ଲକ୍ଷ ପଡ଼ିଥାଆନ୍ତା। ୮୦ ଲକ୍ଷ ଦୂର କଥା ୮ ହଜାର ଲୋକଙ୍କୁ ବି ଚାକିରି ଦେଲେନି।

ଓଡ଼ିଶାରୁ ପାଖାପାଖି ୬୦ରୁ ୭୦ ହଜାର କୋଟି ନେଉଛି କେନ୍ଦ୍ର। ଓଡ଼ିଶାକୁ ଦେଲା ବେଳକୁ ଦେଉଛନ୍ତି ୫ରୁ ୬ ହଜାର କୋଟି। କେନ୍ଦ୍ର ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ। ପ୍ରଶ୍ନ କଲେ ରତ୍ନଭଣ୍ଡାର କଥା କହିବେ, ପ୍ରସଙ୍ଗରୁ ଓହରିଯିବେ। ଓଡ଼ିଶାବାସୀ ଏସବୁ ଜାଣିଛନ୍ତି, ଉଚିତ ସମୟରେ ଉତ୍ତର ଦେବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.