Odisha Link
Bridging the Missing Links in Odisha

ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ଓଏଲ୍‌ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ଗତକାଲି ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ୩୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବାବେଳେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଗତକାଲି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ ଘଟିଥିଲା।

ସୂଚନା ଅନୁସାରେ, ଚନ୍ଦନଯାତ୍ରା ଉତ୍ସବ ଚାଲିଥିବାବେଳେ ବାଣ ଫୁଟାଉ ଫୁଟାଉ ହଠାତ୍ ହୋଇଥିଲା ବଡ଼ ବିସ୍ଫୋରଣ। ପରେ ସମସ୍ତ ଆହତଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣା ସ୍ଥଳରେ ପୁରୀ ପୁଲିସ ଏବଂ ଅଗ୍ନିଶମବାହିନୀ ଟିମ୍ ପହଞ୍ଚି ଉଦ୍ଧାର କରିଥିଲେ।

Leave A Reply

Your email address will not be published.