ଏମ୍ସରେ ଯାଞ୍ଚ ହେଲା ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା, କାଲି ସୁଦ୍ଧା ବାହାରିବ ରିପୋର୍ଟ
ଓଏଲ୍ ବ୍ୟୁରୋ: ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ମାହୋଲ ଚାଲିଥିବା ବେଳେ ଭାରତୀୟ ନିର୍ବାଚନ କମିଶନ ବଡ଼ ପଦକ୍ଷେପ ନେଇଥିବା ଜଣା ପଡିଥିଲା। ବରିଷ୍ଠ ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ ନିଲମ୍ବିତ ହୋଇଥିବା ଖବର ସାମ୍ନାକୁ ଆସିଛି। ନିର୍ବାଚନରେ ଅନଧିକୃତ ହସ୍ତକ୍ଷେପ ଅଭିଯୋଗରେ ନିଲମ୍ବିତ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ନିଲମ୍ବିତ ଡିଏସ୍ କୁଟ୍ଟେଙ୍କୁ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସ୍ରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଥିବାବେଳେ ସେ ଯାଇ ଯୋଗଦାନ କରିଛନ୍ତି।
ସେହିପରି ବରିଷ୍ଠ ଆଇପିଏସ୍ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଇସିଆଇଙ୍କ ନିର୍ଦ୍ଦେଶ ପରେ ଏକ ମେଡିକାଲ ବୋର୍ଡ ଗଠନ କରାଯାଇ ଆଜି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପ୍ରାୟ ୪ ଘଣ୍ଟା ପରେ ଭୁବନେଶ୍ବର ଏମ୍ସରୁ ବାହାରିଲେ ଆଇପିଏସ୍ ଆଶିଷ ସିଂ। ମେଡିକାଲ ବୋର୍ଡ ଦ୍ବାରା ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଏମ୍ସରୁ ବାହାରିଲେ। ଏମ୍ସ ଭୁବନେଶ୍ବର ପକ୍ଷରୁ ୬ ଜଣିଆ ବୋର୍ଡ ଗଠନ କରାଯାଇଥିବାବେଳେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବୋର୍ଡ ଗଠନ ହୋଇଥିଲା। ବୋର୍ଡରେ ମେଡିସିନ୍, ସର୍ଜରୀ, ଅର୍ଥୋପେଡିକ୍, ନ୍ୟୁରୋ ବିଶେଷଜ୍ଞ ସାମିଲ୍ ହୋଇଥିଲେ। ଭାରତୀୟ ନିର୍ବାଚନ କମିଶନ ମେଡିକାଲ ଲିଭ୍ରେ ଥିବା ଆଶିଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିର୍ଦ୍ଦେଶ ଦେଇଥିଲେ।