କେରଳ ଛୁଇଁଲା ମୌସୁମୀ ବାୟୁ
ଓଏଲ୍ ବ୍ୟୁରୋ: ତାତିରୁ ମିଳିବ ତ୍ରାହି। କେରଳ ଛୁଇଁଲା ମୌସୁମୀ ବାୟୁ। ପାଗ ଅନୁକୂଳ କାରଣରୁ ଉତ୍ତର ପୂର୍ବ ଭାରତର ଅଧିକାଂଶ ସ୍ଥାନକୁ ଅଗ୍ରସର କରୁଛି ମୌସୁମୀ। ମୌସୁମୀ କେରଳ ଛୁଇଁବା ନେଇ ଆଇଏମ୍ଡି ପକ୍ଷରୁ ସୂଚନା ଜାରି ହୋଇଛି। ତେବେ ମୌସୁମୀ ବାୟୁ କେରଳର ବିଭିନ୍ନ ସ୍ଥାନରେ ପ୍ରଭାବ ପକାଇଥିବାରୁ ଚାଷ ଅନୁକୂଳ ହେବ ବୋଲି କୁହାଯାଉଛି।