ପୁରୀ ବାଣ ବିସ୍ଫୋରଣ ଘଟଣା: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି
ଓଏଲ୍ ବ୍ୟୁରୋ: ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇ ଘରୋଇ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। ବିସ୍ଫୋରଣରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି। କଟକ ଏସସିବିରେ ୬ ଜଣ ଚିକିତ୍ସାଧିନ ଅଛନ୍ତି।
ସେହିପରି ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ଚାଲିଛି ଅନେକ ଆହତଙ୍କ ଚିକିତ୍ସା। ଏହି ଘଟଣାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି, ପୁରୀରେ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଜାଣି ମୁଁ ଖୁବ୍ ଦୁଃଖିତ। ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।