Odisha Link
Bridging the Missing Links in Odisha

ଅସହ୍ୟ ହେଲାଣି ତାତି, ସକାଳୁ ୪୦ ଡିଗ୍ରୀ ମୁହାଁ ୪ ସହରର ତାପମାତ୍ରା

ଓଏଲ୍‌ ବ୍ୟୁରୋ: ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା। ପ୍ରବଳ ଖରାରେ ଜଳୁଛି ଓଡ଼ିଶା। ଗତକାଲି ଦେଶର ରାଜଧାନୀ ଦିଲ୍ଲୀରେ ତାପାମାତ୍ର ୫୨ ଡିଗ୍ରୀ ପାାର ହୋଇଥିବା ବେଳେ ଓଡ଼ିଶାରେ ୪୬ ଡିଗ୍ରୀ ପାର କରିଥିଲା ଦିନର ତାପମାତ୍ରା। ଆଜି ସକାଳୁ ସକାଳୁ ଜଳୁଛି ପଶ୍ଚିମ ଓଡ଼ିଶା। ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଟିଟିଲାଗଡ଼ରେ ୩୮, ବଲାଙ୍ଗିରରେ ୩୭.୪, ସୋନପୁର ଓ ଝାରସୁଗୁଡ଼ାରେ ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨, ବୌଦ୍ଧରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.