Odisha Link
Bridging the Missing Links in Odisha

ମୋଦିଙ୍କ ଆକଳନର ଜବାବ ଦେଲେ ପାଣ୍ଡିଆନ, କହିଲେ-ନିଜର ଜ୍ୟୋତିଷ ପରିବର୍ତ୍ତନ କରୁ ବିଜେପି

ଓଏଲ୍‌ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କ ମନ ଜିଣିବା ପାଇଁ ଶେଷ ପ୍ରୟାସ କରୁଛନ୍ତି ସମସ୍ତ ରାଜନୈତିକ ଦଳ। ଓଡ଼ିଶାରେ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନର ଦିନକ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ପୁଣି ଭାରତୀୟ ଜନତା ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଭି.କେ ପାଣ୍ଡିଆନ। ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିଜେପି ନିଜର ଜ୍ୟୋତିଷ ପରିବର୍ତ୍ତନ କରୁ। ବିଜେପି ସବୁବେଳେ ନିଜର ଷ୍ଟ୍ରାଟେଜି ପରିବର୍ତ୍ତନ କରୁଛି। ସବୁ ରାଜ୍ୟରେ ବ୍ୟକ୍ତିଗତ ଆକ୍ଷେପ କରେ ବିଜେପି। ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିବା ବିଜେପିର ଷ୍ଟାଣ୍ଡାର୍ଡ ଫର୍ମୁଲା।

ଓଡିଶାବାସୀ କେବେ ବି ମୁଖ୍ୟମନ୍ତ୍ରୀଙ୍କ ଅସମ୍ମାନକୁ ଗ୍ରହଣ କରିବେ ନାହିଁ। ଓଡିଶାବାସୀ କେବେ ଆମ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସମ୍ମାନ ହେବା ଭଳି କଥାକୁ ପସନ୍ଦ କରିବେନାହିଁ। ଓଡିଶା ବାସୀ ଶାନ୍ତି ପ୍ରିୟ ଲୋକ ଚୁପ୍ ରହିବେ ଭୋଟରେ ଦେଖାଇବେ। ବିଜେପି ସବୁବେଳେ କୁହେ ଏଇଟା ହେବ, ସେଇଟା ହେବ। ଆଜି ହେବ, କାଲି ହେବ ଭଳି ଜ୍ୟୋତିଷ ବାଣୀ କରୁଛନ୍ତି। ସେମାନେ ନିଜର ଜ୍ୟୋତିଷ ପରିବର୍ତ୍ତନ କରନ୍ତୁ ଭଲ ହେବ। ସେମାନେ ଯାହା ଭାବିଛନ୍ତି, ତାହା କେବେବି ସତ ହୋଇନି। ବିଜେପି ଦେଶରେ ୧୦ ବର୍ଷ ହେବ କ୍ଷମତାରେ ଅଛି। ୧୦ ବର୍ଷ କ୍ଷମତା ଭିତରେ ଓଡିଶାରେ କେତେ ରାସ୍ତା ତିଆରି କରିଛନ୍ତି।

ଯଦି କୋଷ୍ଟାଲ ହାଇୱେ କରିଥାନ୍ତେ ତାହେଲେ ଓଡିଶାର ଅନେତ ବିକାଶ ହୋଇଥାନ୍ତି, ରାଜ୍ୟକୁ ଶୀଳ୍ପ ଆସିଥାନ୍ତି। ୧୦ ବର୍ଷ କ୍ଷମତାରେ ଥାଇ କିଛି କରିପାରିଲେ ନାହିଁ କିନ୍ତୁ ନିର୍ବାଚନର ୧୦ ଦିନ ଆଗରୁ ଓଡିଶା କଥା ମନେପଡିଗଲା। ବିଜେପି ଯେତେବି ବ୍ୟକ୍ତିଗତ ଆକ୍ରମଣ କରୁ ଏହାର ପ୍ରଭାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ପଡିବ ନାହିଁ। ଓଡିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଭି.କେ ପାଣ୍ଡିଆନ କହିଛନ୍ତି।

Leave A Reply

Your email address will not be published.