Odisha Link
Bridging the Missing Links in Odisha

ଗ୍ରୀଷ୍ମ ପ୍ରବାହ ନେଉଛି ଜୀବନ: ଦେଶରେ ଗଲାଣି ୨୭୦ରୁ ଅଧିକ ଜୀବନ, ଉତ୍ତରପ୍ରଦେଶରେ ସର୍ବାଧିକ

ଓଏଲ୍‌ ବ୍ୟୁରୋ: ଗୁରୁବାର କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।ଅନ୍ୟପଟେ ଦେଶର କିଛି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯାହାରି ଫଳରେ ଏପର୍ଯ୍ୟନ୍ତ ୨୭୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଉତ୍ତର ପ୍ରଦେଶରେ ସର୍ବାଧିକ ୧୬୨, ବିହାରରେ ୬୫ ଓ ଓଡ଼ିଶାରେ ୪୧ ଜଣଙ୍କର ଜୀବନ ଗଲାଣି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ୧୧ ଜଣଙ୍କ ଜବୀନ ଗଲାଣି।

ଗ୍ରୀଷ୍ମ ପ୍ରବାହ କାରଣରୁ ଲୁରେ ଓଡ଼ିଶାରେ ୪୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସୁନ୍ଦରଗଡ଼ରେ ୧୭, ସମ୍ବଲପୁରରେ ୮, ଝାରସୁଗୁଡ଼ାରେ ୭, ବଲାଙ୍ଗୀରରେ ୬ ଓ ରାଜ୍ୟର ଆଉ କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକଙ୍କ ଜୀବନ ଯାଇଛି। ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ମେଡିକାଲରେ ୩୦ରୁ ଅଧିକ ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୁନ୍ଦରଗଡ଼ରେ ମୃତ୍ୟୁବରଣ କରିଥିବା ୧୭ ଜଣଙ୍କ ମଧ୍ୟରୁ କେବଳ ରାଉରକେଲା ସରକାରୀ ମେଡିକାଲରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ ୮୦ ଲୋକଙ୍କ ଜୀବନ ଯାଇଛି। ବାରଣାସୀରେ କେବଳ ୩୪ ଲୋକଙ୍କ ପ୍ରାଣହାନୀ ଘଟିଛି। ଆଜମଗଡ଼ରେ ୧୬, ମିର୍ଜାପୁରରେ ୧୦, ଗାଜିପୁରରେ ୯, ଜୋନପୁରରେ ୪, ଚନ୍ଦୋଳୀରେ ୩ ଓ ଆଉ କିଛି ସ୍ଥାନରେ ୫ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ସେହିପରି ମଧ୍ୟ ଉତ୍ତରପ୍ରଦେଶରେ ୪୧ ଲୋକଙ୍କ ଜୀବନ ଯାଇଛି। ଏଥିସହିତ ରାଜ୍ୟରେ ଆଉ କିଛି ସ୍ଥାନରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ବିହାରରେ ମଧ୍ୟ ଲୁ ପ୍ରଭାବରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ସେହିପରି ରାଞ୍ଚିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.