Odisha Link
Bridging the Missing Links in Odisha

ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି, ୯ ଜିଲ୍ଲାକୁ ହିଟ୍‌ୱେଭ ୱାର୍ଣ୍ଣିଂ

ଓଏଲ୍‌ ବ୍ୟୁରୋ: ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା। ପ୍ରବଳ ଖରାରେ ଜଳୁଛି ଓଡ଼ିଶା। କିଛି ଜିଲ୍ଲାରେ ଚଳିତ ସପ୍ତାହରେ ତାତି ଟପିଲାଣି ୪୫ ଡିଗ୍ରୀ। ସେହିଭଳି ପଶ୍ଚିମ ଓଡ଼ିଶାରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ପାଇଁ ୯ ଜିଲ୍ଲାକୁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି ହୋଇଛି। ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସି ହିଟ୍‌ୱେଭ ଆର୍ଲଟ ଜାରି କରିବାକୁ ସତର୍କ କରିଛନ୍ତି। ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ହିଟ୍‌ୱେଭ ୱାର୍ଣ୍ଣିଂ ଦିଆଯାଇଥିବାବେଳେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.