Odisha Link
Bridging the Missing Links in Odisha

ଅସ୍ବାଭାବିକ ମୃତ୍ୟୁକୁ ନେଇ ଅସମ୍ଭାଳ ସ୍ଥିତି, ତଦନ୍ତ ପାଇଁ ରାଉରକେଲା ଗଲା ସ୍ୱତନ୍ତ୍ର ଟିମ୍

ଓଏଲ୍‌ ବ୍ୟୁରୋ: ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା। ପ୍ରବଳ ଖରାରେ ଜଳୁଛି ଓଡ଼ିଶା। କିଛି ଜିଲ୍ଲାରେ ଚଳିତ ସପ୍ତାହରେ ତାତି ଟପିଲାଣି ୪୫ ଡିଗ୍ରୀ। ସେହିଭଳି ପଶ୍ଚିମ ଓଡ଼ିଶାରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ପାଇଁ ୯ ଜିଲ୍ଲାକୁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଭିତରେ ସବୁଠୁ ବେଶୀ ଚିନ୍ତାର ବିଷୟ ପାଲଟିଛି ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା। ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ଜଣଙ୍କ ମୃତ୍ୟୁ। ଗତକାଲି ୧୦ଜଣଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିଲା।

ଅନ୍ୟପଟେ, ଭୀଷଣ ତାତି ଯୋଗୁ ରାଉରକେଲାରେ ଅସମ୍ଭାଳ ସ୍ଥିତି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ପକ୍ଷରୁ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ସତ୍ୟସତ୍ୟ ଅନୁଧ୍ୟାନ ପାଇଁ ପାଇଁ ସୁନ୍ଦରଗଡରୁ ରାଉରକେଲାକୁ ଯାଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ମେଡିକାଲ ଅଫିସରଙ୍କ ତତ୍ୱାବଧାନରେ ଟିମ୍ ବାହାରିଛି। ଏହି ଟିମ୍ ରାଉରକେଲା ଯାଇ ସଂପୂର୍ଣ୍ଣ ଘଟଣାର ପୁଂଖାନୁପୁଙ୍ଖ ତଦନ୍ତ କରିବେ। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.