Odisha Link
Bridging the Missing Links in Odisha

ରାଜ୍ୟରେ ହିଟ୍‌ୱେଭ୍‌ ୱାର୍ଣ୍ଣିଂ, କଡ଼ା ନିର୍ଦ୍ଦେଶ ଜାରି କଲେ ଏସ୍‌ଆର୍‌ସି

ଓଏଲ୍‌ ବ୍ୟୁରୋ: ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା। ପ୍ରବଳ ଖରାରେ ଜଳୁଛି ଓଡ଼ିଶା। କିଛି ଜିଲ୍ଲାରେ ଚଳିତ ସପ୍ତାହରେ ତାତି ଟପିଲାଣି ୪୫ ଡିଗ୍ରୀ। ସେହିଭଳି ପଶ୍ଚିମ ଓଡ଼ିଶାରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ପାଇଁ ୯ ଜିଲ୍ଲାକୁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ ଦିନ ହିଟ୍‌ୱେଭ୍‌ ଜାରି ରହିବ ବୋଲି ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ହିଟ୍‌ୱେଭ୍‌ ପାଇଁ ପିକ୍‌ ଆୱାରରେ ବାହାରକୁ ବାହାରନ୍ତୁ ନାହିଁ। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବା ମନା। ଖରାରେ କାମ କରାଇଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। କାଲି ସୁନ୍ଦରଗଡ଼ ଜିଲ୍ଲାରୁ ୧୨, ଝାରସୁଗୁଡ଼ାରୁ ୬ଟି ମୃତ୍ୟୁ ଅଭିଯୋଗ ଆସିଛି। ଅଂଶୁଘାତ ମୃତ୍ୟୁ କି ନୁହେଁ, ତଦନ୍ତ କାର୍ଯ୍ୟ ସରିଲା ପରେ ସ୍ପଷ୍ଟ ହେବ ବୋଲି ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ କହିଛନ୍ତି।

ସୂଚନା ଅନୁସାରେ, ଗ୍ରୀଷ୍ମ ପ୍ରବାହ କାରଣରୁ ଓଡ଼ିଶାରେ ୪୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସୁନ୍ଦରଗଡ଼ରେ ୧୭, ସମ୍ବଲପୁରରେ ୮, ଝାରସୁଗୁଡ଼ାରେ ୭, ବଲାଙ୍ଗୀରରେ ୬ ଓ ରାଜ୍ୟର ଆଉ କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକଙ୍କ ଜୀବନ ଯାଇଛି। ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ମେଡିକାଲରେ ୩୦ରୁ ଅଧିକ ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୁନ୍ଦରଗଡ଼ରେ ମୃତ୍ୟୁବରଣ କରିଥିବା ୧୭ ଜଣଙ୍କ ମଧ୍ୟରୁ କେବଳ ରାଉରକେଲା ସରକାରୀ ମେଡିକାଲରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.