ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ, ପୁରୀ ବେଳାଭୂମିରେ ସଚେତନତାର ବାର୍ତ୍ତା
ଓଏଲ୍ ବ୍ୟୁରୋ: ବିଶ୍ୱ ତମାଖୁହୀନ ଦିବସ ପ୍ରତିବର୍ଷ ୩୧ ମଇରେ ପୃଥିବୀ ସାରା ପାଳନ କରାଯାଇଥାଏ। ଏହା ୨୪ ଘଣ୍ଟା ଧରି ପୃଥିବୀରେ ତମାଖୁର ବ୍ୟବହାରକୁ ପୁରାପୁରି ବନ୍ଦ କରିବା ଲକ୍ଷରେ କରାଯାଇଥାଏ। ଏହା ଆହୁରି ମଧ୍ୟ ସ୍ୱାସ୍ଥ୍ୟ ଉପରେ ବିଶ୍ୱରେ ତମାଖୁର ଖରାପ ପ୍ରଭାବ ଉପରେ ଜନସଚେତନତା ତିଆରି କରିବାକୁ ପାଳନ କରାଯାଇଥାଏ ଯାହା ଏବେ ପୃଥିବୀରେ ବାର୍ଷିକ ୫୪ ଲକ୍ଷ ମରଣର କାରଣ ସାଜିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୯୮୭ରେ ବିଶ୍ୱ ତମାଖୁହୀନ ଦିବସ ପ୍ରଥମକରି ଆରମ୍ଭ କରିଥିଲେ। ଗତ ୨୦ ବର୍ଷ ଧରି, ଏହି ଦିବସ ସରକାର, ସାମାଜିକ ସ୍ୱାସ୍ଥ୍ୟ ସଙ୍ଗଠନ, ଧୂମପାନକାରୀ, ତମାଖୁ ଚାଷୀ ଓ କାରଖାନାମାନେ ଏହି ଦିବସ ସପକ୍ଷ ଓ ବିପକ୍ଷରେ ମତ ଦେଇଛନ୍ତି।
ରାଜ୍ୟର ୧୫ ବର୍ଷରୁ ଅଧିକ ୫୧ପ୍ରତିଶତ ପୁରୁଷ ଓ ୨୬ପ୍ରତିଶତ ମହିଳା ଯେକୌଣସି ପ୍ରକାର ତମାଖୁର ସେବନ କରୁଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ରୁ ଏଭଳି ତଥ୍ୟ ମିଳିଛି। ଜାତୀୟସ୍ତରରେ ୩୮ପ୍ରତିଶତ ପୁରୁଷ ଓ ୯ପ୍ରତିଶତ ମହିଳା ତମାଖୁ ସେବନ କରୁଥିବା ବେଳେ ଓଡ଼ିଶାରେ ଏହାର ହାର ଯଥେଷ୍ଟ ଅଧିକ ରହିଛି। ରାଜ୍ୟରେ ତମାଖୁ ନିୟନ୍ତ୍ରଣରେ ସରକାରୀସ୍ତରରେ ଉଦାସୀନତା ତମାଖୁ ସେବନ ବୃଦ୍ଧି ପାଇବା ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ ବାଲୁକା କଳାରେ ତମାଖୁ ସେବନ ପ୍ରତି ସଚେତନ କରିବାକୁ ପୁରୀ ବେଳାଭୂମିରେ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।