Odisha Link
Bridging the Missing Links in Odisha

ଭୋଟ ଦେଉଛି ଓଡ଼ିଶା: ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନ

ଓଏଲ୍‌ ବ୍ୟୁରୋ: ଆଜି ପୁରା ଦେଶରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ। ଏଥିସହିତ ଭୋଟ ଦେଉଛି ଓଡ଼ିଶା। ମନପସନ୍ଦର ନେତା ବାଛୁଛନ୍ତି ଜନତା। ଓଡ଼ିଶାରେ ୪ର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ତେବେ ମିଳିଥିବା ସୂଚନା ମୁତାବକ ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ଭୋଟ୍ ପଡିଛି। ବାଲେଶ୍ବର ଜିଲ୍ଲାରେ ୫୩.୦୨ ପ୍ରତିଶତ, ଭଦ୍ରକରେ ୪୫.୮୨ ପ୍ରତିଶତ, କଟକରେ ୫୩.୬୦ ପ୍ରତିଶତ, ଜଗତସିଂହପୁରରେ ୫୧.୧୭ ପ୍ରତିଶତ, ଯାଜପୁରରେ ୪୮.୮୦ ପ୍ରତିଶତ, କେନ୍ଦ୍ରାପଡାରେ ୪୪.୨୦ ପ୍ରତିଶତ, ମୟୂରଭଞ୍ଜରେ ୫୦.୭୨ ପ୍ରତିଶତ ଏବଂ ପୁରୀ ଜିଲ୍ଲାରେ ୫୨.୯୦ ପ୍ରତିଶତ ମତଦାନ ହୋଇଛି।

ସୂଚନାଥାଉକି, ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ଭୋଟ୍ ପଡିିଥିଲା। ବାଲେଶ୍ବର ଜିଲ୍ଲାରେ ୪୧.୪୪ ପ୍ରତିଶତ, ଭଦ୍ରକରେ ୩୪.୭୩ ପ୍ରତିଶତ, କଟକରେ ୩୯ ପ୍ରତିଶତ, ଜଗତସିଂହପୁରରେ ୩୬.୮୫ ପ୍ରତିଶତ, ଯାଜପୁରରେ ୩୩.୯୬ ପ୍ରତିଶତ, କେନ୍ଦ୍ରାପଡାରେ ୩୪.୪୫ ପ୍ରତିଶତ, ମୟୂରଭଞ୍ଜରେ ୩୯.୬୫ ପ୍ରତିଶତ ଏବଂ ପୁରୀ ଜିଲ୍ଲାରେ ୪୨.୮୫ ପ୍ରତିଶତ ମତଦାନ ହୋଇଥିଲା।

ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ସକାଳ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟ୍ ପଡିଥିଲା। ବାଲେଶ୍ବର ଜିଲ୍ଲାରେ ୨୭.୮୪ ପ୍ରତିଶତ, ଭଦ୍ରକରେ ୧୯.୪୬ ପ୍ରତିଶତ, କଟକରେ ୨୭.୫୪ ପ୍ରତିଶତ, ଜଗତସିଂହପୁରରେ ୨୧.୭୬ ପ୍ରତିଶତ, ଯାଜପୁରରେ ୧୯.୨୪ ପ୍ରତିଶତ, କେନ୍ଦ୍ରାପଡାରେ ୨୨.୩୯ ପ୍ରତିଶତ, ମୟୂରଭଞ୍ଜରେ ୨୨.୪୬ ପ୍ରତିଶତ ଏବଂ ପୁରୀ ଜିଲ୍ଲାରେ ୨୩.୭୦ ପ୍ରତିଶତ ମତଦାନ ହୋଇଥିଲା।

ସକାଳ ୯ଟା ସୁଦ୍ଧା ବାଲେଶ୍ୱର ଜିଲ୍ଲାରେ ୭.୭୭ ପ୍ରତିଶତ ଭୋଟ୍ ପଡିଥିବା ବେଳେ, ଭଦ୍ରକ ଜିଲ୍ଲାରେ ୭.୭୯ ପ୍ରତିଶତ ଭୋଟ୍ ପଡିଥିଲା। ଅନ୍ୟପଟେ କଟକ ଜିଲ୍ଲାରେ ୬.୭୯ ପ୍ରତିଶତ, ଜଗତସିଂହପୁରରେ ୮.୨୩ ପ୍ରତିଶତ, ଯାଜପୁରରେ ୭.୭୪ ପ୍ରତିଶତ, କେନ୍ଦ୍ରାପଡାରେ ୭.୯୦ ପ୍ରତିଶତ, ମୟୂରଭଞ୍ଜରେ ୭.୧୦ ପ୍ରତିଶତ ଏବଂ ପୁରୀ ଜିଲ୍ଲାରେ ୮.୯୦ ପ୍ରତିଶତ ମତଦାନ ହେଇଛି।

ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ ବିଧାନସଭା ଆସନରେ ମତଦାତାମାନେ ଭୋଟ ଦେଉଛନ୍ତି। ଓଡ଼ିଶାର ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର।

ଶେଷ ପର୍ଯ୍ୟାୟରେ ବିଧାନସଭାର ୩୯୪ଜଣ ଓ ଲୋକସଭାର ୬୬ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି। ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ଦେବେ ଭୋଟ। ସେମଧ୍ୟରୁ ୫୦.୮୮ଲକ୍ଷ ପୁରୁଷ ଓ ୪୮.୭୨ଲକ୍ଷ ମହିଳା ଓ ୬୮୭ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

Leave A Reply

Your email address will not be published.