କିଏ ଗଢ଼ିବ ସରକାର ? ବୁୁଥ୍ ବାହୁଡ଼ା ମତ ଉପରେ ପକାନ୍ତୁ ନଜର

ଓଏଲ୍ ବ୍ୟୁରୋ: ଶେଷ ହେଲା ଗଣତନ୍ତ୍ରର ମହାପର୍ବ। ଜନତା ଜନାର୍ଦ୍ଦନ ବାଛିଲେ ମନପସନ୍ଦର ନେତା। କିଏ ବସିବ ଶାସନ ଗାଦିରେ ଆଛ କିଏ ହେବ ବିରୋଧି ଦଳ ତାର ନିର୍ଣ୍ଣାୟକ ଫଳାଫଳ ଜୁନ୍ ୪ରେ ଆସିବ। ତାପୂର୍ବରୁ ଆସିଛି ବୁଥ୍ ବାହୁଡ଼ା ମତ। ଦେଶରେ ୫୪୩ ଲୋକସଭା ଆସନ ଓ ୪ ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ କରି ଦେଶର ଜନତା ଆସନ୍ତା ୫ ବର୍ଷ ପାଇଁ ନିଜର ସରକାରଙ୍କୁ ବାଛି ସାରିଛନ୍ତି।
ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ନିଜର ଜନମତ ସର୍ବେକ୍ଷଣ ପ୍ରକାଶ କରିଛନ୍ତି। ଏଥିରେ ସାରା ଦେଶରେ ଏନ୍ଡିଏ ଭଲ ପ୍ରଦର୍ଶନ କରୁଥିବା କୁହାଯାଉଛି। ଓଡ଼଼ିଶାରେ ଜୋରଦାର ଲଢେଇ ହୋଇଛି।ବିଜେଡି ଏବଂ ବିଜେପି ମଧ୍ୟରେ କଡ୍ଡା ଟକ୍କର ହୋଇଛି। ତେବେ ବିଜେଡି ସରକାର ଗଠନ କରିପାରେ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍ ବାହୁଡ଼ା ଜନମତରେ କୁହାଯାଇଛି।
କ’ଣ କହୁଛି ଜନମତ:
ଜନ୍ କି ବାତ୍ର ଜନମତ ରିପୋର୍ଟ ଅନୁଯାୟୀ ୨୦୨୪ ନିର୍ବାଚନରେ ଏନଡିଏ ୩୬୨ରୁ ୩୯୨, ଇଣ୍ଡିଆ ୧୪୧-୧୬୧ ଓ ଅନ୍ୟାନ୍ୟ ଦଳ ୧୦-୨୦ ଆସନ ଜିତବେ। ସେହିପରି Republic ଭାରତ-ପି ଏମଆରକ୍ୟୁର ଏକ୍ଜିଟ୍ ପୋଲ ତଥ୍ୟ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନଡିଏ ୩୫୯, କଂଗ୍ରେସ ବା ଇଣ୍ଡିଆ ମେଣ୍ଟ ୧୫୪ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନ ଜିତିବେ। Matrize କହିଛି ଯେ ଏନଡିଏ ୩୫୩ରୁ ୩୬୮, ଇଣ୍ଡିଆ ୧୧୮ରୁ ୧୩୩ ଓ ଅନ୍ୟାନ୍ୟ ଦଳ ୪୩ରୁ ୪୮ ଆସନ ଜିତିବେ।
ଟିଭି ୫ ତେଲୁଗୁର ସର୍ଭେରୁ ଜଣାପଡ଼ିଛି ଯେ ଏନଡିଏ ୩୫୯, ଇଣ୍ଡିଆ ୧୫୪ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନରେ ବାଜିମାତ କରିବେ। ଯଦି ଆମେ ପୁଲ ଅଫ ଏକଜିଟ ପୁଲ୍ସ ଦେଖିବା ତା’ହେଲେ ବିଜେପି ୩୬୫, ଇଣ୍ତିଆ ୧୪୨ ଓ ଅନ୍ୟାନ୍ୟ ଦଳ ୩୬ଟି ଆସନ ଜିତିବେ। ସେହିପରି ଇଣ୍ତିଆ ନ୍ୟୁଜ-ଡି ଡାଇନାମିକାର ଏକଜିଟ ପୋଲରେ କୁହାଯାଇଛି ଯେ ଏନଡିଏ ୩୭୧, ଇଣ୍ଡିଆ ୧୨୫ ଓ ଅନ୍ୟାନ୍ୟ ଦଳ ୪୭ଟି ଆସନରେ ବିଜୟୀ ହେବେ।