ଗଣତନ୍ତ୍ରର ମହାପର୍ବରେ ମତଦାନ କଲେ ପ୍ରମୁଖ ନେତା

ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ଶେଷ ପର୍ଯ୍ୟାୟ ନିର୍ବାଚନ। ବହୁ ପ୍ରତୀକ୍ଷିତ ୪ର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ତେବେ ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ସକାଳ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟ୍ ପଡିଛି। ବାଲେଶ୍ବର ଜିଲ୍ଲାରେ ୨୭.୮୪ ପ୍ରତିଶତ, ଭଦ୍ରକରେ ୧୯.୪୬ ପ୍ରତିଶତ, କଟକରେ ୨୭.୫୪ ପ୍ରତିଶତ, ଜଗତସିଂହପୁରରେ ୨୧.୭୬ ପ୍ରତିଶତ, ଯାଜପୁରରେ ୧୯.୨୪ ପ୍ରତିଶତ, କେନ୍ଦ୍ରାପଡାରେ ୨୨.୩୯ ପ୍ରତିଶତ, ମୟୂରଭଞ୍ଜରେ ୨୨.୪୬ ପ୍ରତିଶତ ଏବଂ ପୁରୀ ଜିଲ୍ଲାରେ ୨୩.୭୦ ପ୍ରତିଶତ ମତଦାନ ହେଇଛି।
ଏଥିସହିତ ପ୍ରମଖୁ ନେତା ମାନେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରିଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯାଜପୁର କୋରେଇ ଯାଇ ନିଜ ମତଦାନ କରିଛନ୍ତି।ସେହିପରି ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରତାପ ଦେବ ମଧ୍ୟ ମତଦାନ କରିଛନ୍ତି।ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ, ଓ ବିଜେଡି ସାଂସଦ ପାର୍ଥୀ ଲେଖାଶ୍ରୀ ବୁଥକୁ ଯାଇ ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି । ସେପରି ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ବିଞ୍ଝାରପୁର ବିଧାୟିକା ପ୍ରାର୍ଥୀ ପ୍ରମିଳା ମଲ୍ଲିକ ମଧ୍ୟ ନିଜ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ମତଦାନ କରିଛନ୍ତି।
ସେହିପରିବସ୍ତା ବିଧାୟିକା ପ୍ରାର୍ଥୀ ସୁଭାସିନି ଜେନା, କାକଟପୁର ବିଜେଡି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା, ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ତଥା ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ତାଙ୍କ ପରିବାର ସହ ଯାଇ ଭୋଟ ଦେଇଛନ୍ତି। ସେହିଭଳି ନିମାପଡା ବିଜେପି ବିଧାୟିକା ପ୍ରଭାତି ପରିଡା ମଧ୍ୟ ବୁଥକୁ ଯାଇ ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି।