Odisha Link
Bridging the Missing Links in Odisha

ନିର୍ବାଚନ ଫଳାଫଳ ପୂର୍ବରୁ ଖଡ଼େଗଙ୍କ ପ୍ରତିକ୍ରିୟା, ଇଣ୍ଡିଆ ମେଣ୍ଟ ୨୯୫ରୁ ଅଧିକ ଆସନ ଜିତିବ

ଓଏଲ୍‌ ବ୍ୟୁରୋ: ୨୦୨୪ ମହାଲଢ଼େଇରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶେଷ ହେଲା ୨୦୨୪ ଲୋକସଭା ଓ ଓଡ଼ିଶା ବିଧାନସଭା ପାଇଁ ମତଦାନ। ଜୁନ୍‌ ୪ରେ ପ୍ରକାଶ ପାଇବ ଫଳାଫଳ। ନିର୍ବାଚନ ସମୟରେ ମୋଦି ସରକାର ୪୦୦ ପାର ନାରା ଦେଇ ପ୍ରଚାର କରୁଥିବା ବେଳେ ନିର୍ବାଚନର ଶେଷ ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡଗେ ଇଣ୍ଡିଆ ମେଣ୍ଟ ୨୯୫ରୁ ଅଧିକ ଆସନ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଯାହା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି।

ଆଜି ଇଣ୍ଡିଆ ମେଣ୍ଟର ବୈଠକ ଅନୁଷ୍ଠିତ ହୋଇଥିଲା। ମେଣ୍ଟର ବୈଠକ ପରେ ମଲ୍ଲିକାର୍ଜୁନ ଖଡେଗଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମର ଅଢେଇ ଘଣ୍ଟା ଧରି ଆଲୋଚନା ହେଲା ୨୯୫ରୁ ଅଧିକ ସିଟ ଜିିତିବ ମେଣ୍ଟ। ଏଥିସହ ମତଗଣନା ପ୍ରକ୍ରିୟାକୁ ନେଇ ଆଲୋଚନା ମଧ୍ୟ ହେଲା ଯାହା ବି କିଛି ଆମର ଆଲୋଚନା ହୋଇଛି ତାହା ଆମେ ଇଲେକ୍ସନ ଅଧିକାରୀଙ୍କୁ ଜଣାଇବୁ।

ବୈଠକରେ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ସଞ୍ଜୟ ସିଂହ, ରାଘବ ଚଡ୍ଡା, ସିପିଏମର ସୀତାରାମ ୟେଚୁରୀ, ଏନସିର ଫାରୁକ ଅବଦୁଲ୍ଲା, ଏନସିପିର ଶରଦ ପାୱାର, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ, ଆରଜେଡିର ତେଜସ୍ୱୀ ଯାଦବ, ଝାରଖଣ୍ଡର କ୍ଷମତାସୀନ ଜେଏମଏମର କଳ୍ପନା ସୋରେନ ପ୍ରମୁଖ ବୈଠକରେ ସାମିଲ ହୋଇଛନ୍ତି। ଏହାବାଦ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.