Odisha Link
Bridging the Missing Links in Odisha

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଉ ଜଣଙ୍କର ମୃତ୍ୟୁ, ୮କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଶନିବାର ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଏହି ଘଟଣାରେ ମୃତ୍ୟୁ ସଂଖ୍ୟଳା ୮କୁ ବୃଦ୍ଧି ପାଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଆହତ ହୋଇଥିବା ଆହୁରି ୨୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସରକାର ସ୍ଥିତି ଉପରେ ନଜର ରଖିଥିବା ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିପରି ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ଦିଗରେ ପୁରୀ ଜିଲ୍ଲାପାଳ ପଦକ୍ଷେପ ନେଇ ସାରିଥିବା କୁହାଯାଇଛି।

ସୂଚନାଥାଉକି, ଗତ ବୁଧବାର (ମେ’ ୨୯ ତାରିଖ) ପୁରୀରେ ନରେନ୍ଦ୍ର ପୁଷ୍କରିଣୀ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଥିଲା ଏହି ଅଘଟଣ।

Leave A Reply

Your email address will not be published.