Odisha Link
Bridging the Missing Links in Odisha

ଯାଜପୁର: ନିର୍ବାଚନ ଚାଲିଥିବା ବେଳେ କାର୍ଯ୍ୟରତ ବିଏଲଓଙ୍କ ଚାଲିଗଲା ଜୀବନ

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବର ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଅଘଟଣ। ଡ୍ୟୁଟି କରୁଥିବାବେଳେ ଚାଲିଗଲା ବିଏଲଓଙ୍କ ଜୀବନ। ଯାଜପୁର ବିଞ୍ଝାରପୁରର ଫତେପୁର ବୁଥରେ ଘଟିଛି ଏଭଳି ଅଘଟଣ। ଏହି ବୁଥରେ ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ଘଟିଛି।

ସେ ୧୫୭ ନମ୍ବର ବୁଥରେ କାର୍ଯ୍ୟରତ ଥିଲେ। ହେଲେ ହଠାତ୍ ତାଙ୍କ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଥାଉକି, ବାଲେଶ୍ବର ଜିଲ୍ଲାର ନୀଳଗିରିର ଏକ ବୁଥରେ ଜଣେ ବୃଦ୍ଧାଙ୍କ ଜୀବନ ଚାଲି ଯାଇଥିବା ସୂଚନା ରହିଛି। ଆଜି ସକାଳେ ବୃଦ୍ଧ ଜଣଙ୍କ ଭୋଟ ଦେବାକୁ ଈଶ୍ୱରପୁର ୧୫୯ ନଂ ବୁଥକୁ ଆସିଥିଲେ। ଏହି ସମୟରେ ସେ ବୁଥରେ ଅଚେତ୍ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.