Odisha Link
Bridging the Missing Links in Odisha

ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ, ପ୍ରିଜାଇଡିଂ ଅଫିସର ନିଲମ୍ବିତ

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ଶେଷ ହେବ ଅନ୍ତିମ ଚରଣ ମତଦାନ। ପୂର୍ବରୁ ୩ଟି ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବା ବଳେ ଶେଷ ପର୍ଯ୍ୟାୟରେ ମତଦାନ ସମୟରେ ଗଣ୍ଡଗୋଳ ଭଳି ସ୍ଥିତି ଉପୁଜିଥିବାର ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ୭୫ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଲକ୍ଷ୍ମୀନାରାୟଣ ଦାଶ। ସେ ଜଣେ ଅଧ୍ୟାପକ।

ନିର୍ବାଚନ କାର୍ଯ୍ୟରେ ଅବହେଳା କରିବା ଯୋଗୁ ଅଧ୍ୟାପକ ଲକ୍ଷ୍ମୀନାରାୟଣ ଦାଶଙ୍କୁ କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ନିଲମ୍ବନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୭୫ ନମ୍ବର ବୁଥ୍‌ରେ ପ୍ରିଜାଇଣ୍ଡିଂ ଅଫିସର ଭାବେ ନିୟୋଜିତ ହୋଇଥିବା ଅଧ୍ୟାପକ ଲକ୍ଷ୍ମୀନାରାୟଣ ଦାଶ ପକ୍ଷପାତିତା କରୁଥିଲେ। ସେ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଭୋଟରଙ୍କୁ କହୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନାଥାଉକି, ଅପରାହ୍ନ ୩ଟା ସୁଦ୍ଧା ୪୯.୬୬ ପ୍ରତିଶତ ମତଦାନ ହୋଇଛି। ଶେଷ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି।

Leave A Reply

Your email address will not be published.