Odisha Link
Bridging the Missing Links in Odisha

ମତଦାନ କେନ୍ଦ୍ରରେ ଗଣ୍ଡଗୋଳ, ଇଭିଏମ୍‌ ଓ ଭିଭିପାଟ ମେସିନ୍‌କୁ ପାଣିରେ ଫିଙ୍ଗିଲେ ଦୁର୍ବୃତ୍ତ

ଓଏଲ୍‌ ବ୍ୟୁରୋ: ଅନ୍ତିମ ଚରଣରେ ଗଣତନ୍ତ୍ରର ମହାପର୍ବ। ଦେଶର ୭ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ। ଓଡ଼ିଶାରେ ମଧ୍ୟ ଚାଲିଛି ଅନ୍ତିମ ପର୍ଯ୍ୟାୟ ମତଦାନ। ଏସବୁ ମଧ୍ୟରେ ପଶ୍ଚିମବଙ୍ଗରୁ ଆସିଛି ଅଭାବନୀୟ ଘଟଣା।

ପୂୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ ୨୬.୩୦ ମତଦାନ ହୋଇଛି । ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ୫୭ଟି ସିଟ ଉପରେ ମତଦାନ ଚାଲିଛି। ସେପଟେ ପଶ୍ଚିମବଙ୍ଗରେ ମତଦାନ ସମୟରେ ହିଂସା ଦେଖିବାକୁ ମିଳିଛି। କିଛି ସ୍ଥାନରେ ଭୋଟକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଉ କିଛି ସ୍ଥାନରେ କିଛି ଲୋକ ଭିଭିପାଟ ମେସିନ ଇଭିଏମ ମେସିନକୁ ପାଣିରେ ଫୋପାଡିଥିବା ନଜର ଆସିିଛି । ଏହା ଆଗରୁ ମଧ୍ୟ ୨୪ ପ୍ରଗଣା ଯାଦବପୁର ଲୋକସଭା ଆସନରେ ହିଂସା ଦେଖିବାକୁ ମିଳିଥିଲା । ଦୁଇ ଗୋଷ୍ଠୀ ପରସ୍ପର ସହ ସଂର୍ଘଷ କରିବା ଦେଖିବାକୁ ମିଳିଥିଲା।

ସେହିପରି ଓଡ଼ିଶାରେ ମତଦାନ ଚାଲିଥିବା ସମୟରେ କିଛି ବୁଥ୍‌ରେ ଇଭିଏମ୍‌ ଠିକ୍‌ ଭାବେ କାର୍ଯ୍ୟ କରୁନଥିବା ସୂଚନା ରହିଛି। କିଛି ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସ୍ଥିତି ମଧ୍ୟ ଦେଖାଯାଇଛି।

Leave A Reply

Your email address will not be published.