Odisha Link
Bridging the Missing Links in Odisha

ଛକା ମାରିବା ପରେ ହଠାତ୍ ତଳେ ପଡ଼ିଗଲେ, ଭାଇରାଲ ହେଉଛି ମୃତ୍ୟୁର ଲାଇଭ୍ ଭିଡିଓ

ଓଏଲ୍‌ ବ୍ୟୁରୋ: ମୃତ୍ୟୁ କେତେବଳେ ଆଉ କେମିତି ଆସିବ ତାହା ସମସ୍ତଙ୍କୁ ଅଜଣା। କ୍ରିକେଟ ଖେଳୁଥିଲେ ହଠାତ୍‌ ଗଳି ପଡ଼ିଲେ ଖେଳାଳି। ମହାରାଷ୍ଟ୍ରର ମୁମ୍ବାଇ ନିକଟସ୍ଥ ମୀରା ରୋଡରେ କ୍ରିକେଟ୍ ଖେଳୁଥିବାବେଳେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ମୀରା ରୋଡରେ ବହୁ ଲୋକ ବକ୍ସ କ୍ରିକେଟ୍ ଖେଳୁଥିଲେ। ବ୍ୟାଟିଂ କରୁଥିବା ଖେଳାଳି ଏକ ବଲରେ ଭଲ ସଟ୍ ମାରିଥିଲେ, ଅମ୍ପାୟାର ଏହାକୁ ଛକା ବୋଲି ସଙ୍କେତ ଦେଇଥିଲେ। ଏହା ପରେ ବ୍ୟାଟିଂ କରୁଥିବା ଖେଳାଳି ହଠାତ୍ ତଳେ ପଡ଼ି ଅଚେତ ହୋଇଯାଇଥିଲେ। ଏହା ଦେଖି ଅନ୍ୟ ଖେଳାଳିମାନେ ତୁରନ୍ତ ତାଙ୍କ ନିକଟରେ ପହଞ୍ଚିଥିଲେ।

ପରେ ତାଙ୍କୁ ମେଡିକାଲକୁ ନେଇଥିଲେ ପ୍ରତ୍ୟକ୍ଷଦର୍ଶୀ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅପ୍ୟପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏକ କମ୍ପାନୀ ଦ୍ୱାରା କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିବା କୁହାଯାଉଛି।

ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଖେଳାଳି ଜଣକ ଛକା ମାରିବା ପରେ କିଛି ସମୟ ଅଟକି ଯାଇ ତଳେ ପଡ଼ିଯାଇ ମୃତ୍ୟୁ ବରଣ କରିଥିଲେ। ଏହି ଭୟାନକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

 

Leave A Reply

Your email address will not be published.