Odisha Link
Bridging the Missing Links in Odisha

୧୨ ବର୍ଷ ପରେ ଟି-୨୦ ବିଶ୍ବକପ୍‌ରେ ସୁପର ଓଭର, ଓମାନକୁ ହରାଇଲା ନାମ୍ବିବିଆ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଟି-୨୦ ବିଶ୍ବକପ୍‌ ମହାକୁମ୍ଭ। ପ୍ରଥମ ମୁକାବିଲା ଆୟୋଜକ ଆମେରିକା ବିଜୟୀ ହୋଇବଥିବା ବେଳେ ଦ୍ବିତୀୟ ମୁକାବିଲା ଆୟୋଜକ ଓ୍ବେଷ୍ଟଇଣ୍ଡିଜ ବିଜୟୀ ହେଇଛି। ହେଲେ ୩ୟ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ନାମ୍ବିବିଆ। ସୁପର ଓଭର ମୁକାବିଲାରେ ଓମାନକୁ ହରାଇ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି ନାମ୍ବିବିଆ। ୨୦୧୨ ମସିହା ପରେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍‌ରେ ସୁପର ଓଭର ମୁକାବିଲା ଖେଳାଯାଇଛି।

ଏହା ପୂର୍ବରୁ ଟି-୨୦ ବିଶ୍ବକପ୍‌ରେ ୨୦୧୨ ଅକ୍ଟୋବର ୧ ତାରିଖରେ ଶେଷ ସୁପର ଓଭର ମୁକାବିଲା ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିଲା ମୁକାବିଲା। ଯେଉଁଥିରେ ଓ୍ବେଷ୍ଟଇଣ୍ଡିଜ ବାଜି ମାରିଥିଲା।

ନାମ୍ବିିବିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଯାହାଫଳରେ ଓମାନ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଓମାନ ୧୯.୪ ଓଭରେ ୧୦୯ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ତାର ଜବାବରେ ନାମ୍ବିବିଆ ଟିମ୍‌ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୦୯ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଯାହାଫଳରେ ମ୍ୟାଚ୍‌ ସୁପରଓଭର ହୋଇଯାଇଥିଲା। ନାମ୍ବିବିଆକୁ ଜିତିବାକୁ ୫ ରନ୍‌ ଆବଶ୍ୟକ ଥିବାବେଳେ ମେହରନ ଖାନ କେବଳ ୪ ରନ ବ୍ୟୟ କରଥିଲେ। ଯାହାଫଳରେ ମ୍ୟାଚ ସୁପରଓଭର ହୋଇଯାଇଥିଲା।

ସୁପରଓଭରରେ ସୁବର ବିଜୟ ହାସଲ କଲା ନାମ୍ବିବିଆ:
ନାମ୍ବିବିଆ ପକ୍ଷରୁ ଡେବିଡ ଓ୍ବେସି ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ। ନାମ୍ବିବିଆ ଦଳ ସୁପରଓଭର ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ସୁପର ଓଭରରେ ଅଧିନାୟକ ଜେରାଡ ହରାମସଙ୍କ ସହିତ ମିଶି ଡେଭିଡ ଦଳର ସ୍କୋର ୨୧ରେ ପହଞ୍ଚାଇଥିଲେ। ପରେ ଡେଭିଡ ହିଁ ବୋଲିଂ ଭାର ସମ୍ଭାଳିଥିଲେ। ଗୋଟିଏ ଓଭରରେ ୧୦ ରନ୍‌ ଦେବା ସହିତ ୧ ଓ୍ବିକେଟ ନେଇଥିଲେ। ଆଉ ଦଳକୁ ବିଜୟୀ କରାଇଥିଲେ। ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିବା ଡେଭିଡଙ୍କୁ ମ୍ୟାନ୍‌ ଅଫ‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା।

Leave A Reply

Your email address will not be published.